ମୁମ୍ବାଇକୁ କହିଲେ ଟା-ଟା, ଏବେ ଏହି ଦଳ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିବେ ପୃଥ୍ଵୀ ଶ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଦଳକୁ ବାଏ ବାଏ କହିଲେ କ୍ରିକେଟର ପୃ୍ଥ୍ଵୀ ଶ’। କ୍ରିକେଟ୍‌ରେ ଏବେ ତାଙ୍କର ନୂଆ ଘର ହେଉଛି ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ। କ୍ୟାରିୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ପୃଥ୍ଵୀ ମୁମ୍ବାଇ ପକ୍ଷରୁ ଖେଳି ଆସୁଥିଲେ। ମାତ୍ର ସେ ମହାରାଷ୍ଟ୍ର ଦଳ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିବେ। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ରୋହିତ ପାଓ୍ଵାର କହିଛନ୍ତି, ପୃଥ୍ଵୀ ଶଙ୍କ ଅନ୍ତର୍ଜାତୀୟ ଓ ଆଇପିଏଲ୍ ଅନୁଭବର ମୂଲ୍ୟ ରହିଛି। ତେଣୁ ଦଳ ଆଗାମୀ ସିଜିନରେ ପୃଥ୍ଵୀଙ୍କ ନୂଆ ଯାତ୍ରାରେ ପୂରା ମଜବୁତର ସହ ରହିବ।ପୃଥ୍ଵୀ ଶ କହିଛନ୍ତି, ନିଜ କ୍ୟାରିୟରର ଏହି ସମୟରେ ମହାରାଷ୍ଟ୍ର ଦଳରେ ସାମଲ ହେବା ମୋ କ୍ରିକେଟ୍ କ୍ୟାରିୟର ଉନ୍ନତିରେ ବେଶ ସହାୟକ ହେବ। ମୁଁ ମୁମ୍ବାଇ କ୍ରିକେଟ୍ ସଂଘରୁ ମିଳିଥିବା ଏହି ସୁଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଉଛନ୍ତି। ଗତ ରଣଜୀ ଟ୍ରଫିରେ ମହାରାଷ୍ଟ୍ର ସାତୋଟି ମ୍ୟାଚ୍‌ରୁ କେବଳ ଦୁଇଟି ଜିତିଥିଲା ଏବଂ ନିଜ ଗ୍ରୁପରୁ କ୍ଵାଲିଫାଏ କରି ପାରି ନ ଥିଲା। ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଗ୍ରୁପ ପର୍ଯ୍ୟାୟରେ ଦଳ ୩ଟି ଜିତିଥିବା ବେଳେ ୩ଟି ହାରିଥିଲା। ଆଉ ଦଳ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ୍  ପଡ଼ିଥିଲା। ମାତ୍ର ବିଜୟ ହଜାରେ ଟ୍ରଫି ଦିନିକିଆ ମ୍ୟାଚ୍‌ରେ ମହାରାଷ୍ଟ୍ର ନିଜ ଗ୍ରୁପରେ ଶୀର୍ଷରେ ରହିଥିଲା। କିନ୍ତୁ ସେମି ଫାଇନାଲ୍‌ରେ ବିଦର୍ଭଠୁ ପରାଜିତ ହୋଇଥିଲା।Also re

ମୁମ୍ବାଇକୁ କହିଲେ ଟା-ଟା, ଏବେ ଏହି ଦଳ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିବେ ପୃଥ୍ଵୀ ଶ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଦଳକୁ ବାଏ ବାଏ କହିଲେ କ୍ରିକେଟର ପୃ୍ଥ୍ଵୀ ଶ’। କ୍ରିକେଟ୍‌ରେ ଏବେ ତାଙ୍କର ନୂଆ ଘର ହେଉଛି ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ। କ୍ୟାରିୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ପୃଥ୍ଵୀ ମୁମ୍ବାଇ ପକ୍ଷରୁ ଖେଳି ଆସୁଥିଲେ। ମାତ୍ର ସେ ମହାରାଷ୍ଟ୍ର ଦଳ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିବେ। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ରୋହିତ ପାଓ୍ଵାର କହିଛନ୍ତି, ପୃଥ୍ଵୀ ଶଙ୍କ ଅନ୍ତର୍ଜାତୀୟ ଓ ଆଇପିଏଲ୍ ଅନୁଭବର ମୂଲ୍ୟ ରହିଛି। ତେଣୁ ଦଳ ଆଗାମୀ ସିଜିନରେ ପୃଥ୍ଵୀଙ୍କ ନୂଆ ଯାତ୍ରାରେ ପୂରା ମଜବୁତର ସହ ରହିବ।

ପୃଥ୍ଵୀ ଶ କହିଛନ୍ତି, ନିଜ କ୍ୟାରିୟରର ଏହି ସମୟରେ ମହାରାଷ୍ଟ୍ର ଦଳରେ ସାମଲ ହେବା ମୋ କ୍ରିକେଟ୍ କ୍ୟାରିୟର ଉନ୍ନତିରେ ବେଶ ସହାୟକ ହେବ। ମୁଁ ମୁମ୍ବାଇ କ୍ରିକେଟ୍ ସଂଘରୁ ମିଳିଥିବା ଏହି ସୁଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଉଛନ୍ତି। ଗତ ରଣଜୀ ଟ୍ରଫିରେ ମହାରାଷ୍ଟ୍ର ସାତୋଟି ମ୍ୟାଚ୍‌ରୁ କେବଳ ଦୁଇଟି ଜିତିଥିଲା ଏବଂ ନିଜ ଗ୍ରୁପରୁ କ୍ଵାଲିଫାଏ କରି ପାରି ନ ଥିଲା। ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଗ୍ରୁପ ପର୍ଯ୍ୟାୟରେ ଦଳ ୩ଟି ଜିତିଥିବା ବେଳେ ୩ଟି ହାରିଥିଲା। ଆଉ ଦଳ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ୍  ପଡ଼ିଥିଲା। ମାତ୍ର ବିଜୟ ହଜାରେ ଟ୍ରଫି ଦିନିକିଆ ମ୍ୟାଚ୍‌ରେ ମହାରାଷ୍ଟ୍ର ନିଜ ଗ୍ରୁପରେ ଶୀର୍ଷରେ ରହିଥିଲା। କିନ୍ତୁ ସେମି ଫାଇନାଲ୍‌ରେ ବିଦର୍ଭଠୁ ପରାଜିତ ହୋଇଥିଲା।

Also read: ୫୩ ବର୍ଷରେ ପାଦ ଦେଲେ ସୌରଭ ଗାଙ୍ଗୁଲି: ଜାଣନ୍ତୁ ସେହି ୮ ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ

ଡାହାଣହାତୀ ବ୍ୟାଟର ପୃଥ୍ଵୀ ଶଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ, ସେ ୫୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୬.୦୨ ହାରରେ ୪୫୫୬ ରନ କରିଛନ୍ତି। ମାତ୍ର ଗତ ବର୍ଷ ଖରାପ ଫିଟନେସ୍ ଓ ବିଶୃଙ୍ଖଳା କାରଣରୁ ମୁମ୍ବାଇ ରଣଜୀ ଦଳରୁ ବାହାର କରି ଦିଆଯାଇଥିଲା। ସେ ଶେଷ  ଥର ମୁମ୍ବାଇ ପାଇଁ ୨୦୨୪ ସୈୟଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳିଥିଲେ। ଲିଷ୍ଟ ଏ ମୁକାବିଲାରେ ସେ ୫୫.୭୨ ହାରରେ ଓ ୧୨୫.୭୨ ଷ୍ଟ୍ରାଇକ ରେଟ୍‌ ସହ ୩୩୯୯ ରନ କରିଛନ୍ତି। ଟି-୨୦ ମ୍ୟାଚ୍‌ରେ ୨୫.୦୧ ହାରରେ ୨୯୦୨ ରନ କରିଛନ୍ତି। ଆଇପିଏଲ୍ ୨୦୨୫ର ମେଗା ନିଲାମରେ ତାଙ୍କୁ କୌଣସି ଦଳ କିଣି ନ ଥିଲେ।ସୂଚନାଯୋଗ୍ୟ, ଗତ ମାସରେ ଶ ଦଳ ପରିବର୍ତ୍ତନ ପାଇଁ ମୁମ୍ବାଇ ଦଳଠୁ ଏନଓସି ମାଗିଥିଲେ। ତାଙ୍କୁ ଜୁନ ଶେଷ ଆଡ଼କୁ ଏନଓସି ମିଳିଥିଲା।