ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି…
ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ ନାମକ ଜଣେ ବୟଫ୍ରେଣ୍ଡଙ୍କ ସହ ସେ ଲିଭ୍-ଇନ୍ରେ ରହୁଥିବା ଅମିତ ଥାନାରେ ଅଭିଯୋଗ କରିଥିଲେ। ବୟଫ୍ରେଣ୍ଡଙ୍କ ସହ ମିଶି ସ୍ତ୍ରୀ ବଡ଼ ପୁଅ ହର୍ଷକୁ ହତ୍ୟା କରିଥିଲେ। ତେବେ ପୋଲିସ ଅମିତଙ୍କ କଥାକୁ ଗୁରୁତ୍ୱର ସହ ନେଇ ନ ଥିଲା। ତେଣୁ ଅମିତ ଏକ ପ୍ଲାକାର୍ଡ ଧରି ଶନିବାର ଫୁଲବାଗ […] The post ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି… appeared first on Dharitri Odia News.
ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ ନାମକ ଜଣେ ବୟଫ୍ରେଣ୍ଡଙ୍କ ସହ ସେ ଲିଭ୍-ଇନ୍ରେ ରହୁଥିବା ଅମିତ ଥାନାରେ ଅଭିଯୋଗ କରିଥିଲେ। ବୟଫ୍ରେଣ୍ଡଙ୍କ ସହ ମିଶି ସ୍ତ୍ରୀ ବଡ଼ ପୁଅ ହର୍ଷକୁ ହତ୍ୟା କରିଥିଲେ। ତେବେ ପୋଲିସ ଅମିତଙ୍କ କଥାକୁ ଗୁରୁତ୍ୱର ସହ ନେଇ ନ ଥିଲା। ତେଣୁ ଅମିତ ଏକ ପ୍ଲାକାର୍ଡ ଧରି ଶନିବାର ଫୁଲବାଗ ଛକରେ ପ୍ରତିବାଦରେ ବସିଛନ୍ତି। ପ୍ଲାକାର୍ଡରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗ୍ବାଲିୟର ଏ.ବି. ରୋଡ୍ସ୍ଥିତ ମେହନ୍ଦୀବାଲା ସୟଦ ଅଞ୍ଚଳରେ ରହୁଥିବା ଅମିତ ମିରଟ ହତ୍ୟାକାଣ୍ଡ ପରେ ଆତଙ୍କିତ ଥିବା କହିଛନ୍ତି। ସେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ସାନ ପୁଅ ନିଜ ମା’ ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରହୁଛନ୍ତି। ଏହାକୁ ବିରୋଧ କରିବାରୁ ରାହୁଲ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିବା ଅମିତ କହିଛନ୍ତି।
The post ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି… appeared first on Dharitri Odia News.