ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ
ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଭୁବନେଶ୍ୱରରେ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ ଉଚ୍ଚର ଏକ ଲାଇଟ୍ ତୋରଣ ଭାଙ୍ଗିଯାଇଛି। ଲାଇଟ୍ ତୋରଣଟି ଭାଙ୍ଗି ରାସ୍ତା ଉପରେ ପଡିଥିଲା। ହେଲେ ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ହେଲେ […] The post ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ appeared first on Dharitri Odia News.
ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଭୁବନେଶ୍ୱରରେ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ ଉଚ୍ଚର ଏକ ଲାଇଟ୍ ତୋରଣ ଭାଙ୍ଗିଯାଇଛି।
ଲାଇଟ୍ ତୋରଣଟି ଭାଙ୍ଗି ରାସ୍ତା ଉପରେ ପଡିଥିଲା। ହେଲେ ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ହେଲେ ତୋରଣରେ ଲାଗିଥିବା କେତେକ ଲାଇଟ୍ ପ୍ଳେଟ୍ ଭାଙ୍ଗି ଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ତୋରଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏହାକୁ ସଜାଡିବାରେ ଲଗିଛନ୍ତି।
The post ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ appeared first on Dharitri Odia News.