୨୦,୦୦୦ ଟଙ୍କାରୁ କମ୍ ପ୍ରାଇସରେ ଲଞ୍ଚ ହୋଇଛି QLED TV, ମିଳିବ ବଢ଼ିଆ ଫିଚର୍ସ
Thomson ଭାରତରେ ଏକ ୪୩ ଇଞ୍ଚର QLED TV ଲଞ୍ଚ କରିଛି, ଯାହା JioTele OS ରେ ଚାଲିଥାଏ । ଏହା ପ୍ରଥମ ସ୍ମାର୍ଟ ଟିଭି, ଯାହା ଜିଓର ଲାଟେଷ୍ଟ ସ୍ମାର୍ଟ ଟିଭି ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ । କମ୍ପାନୀ ଏହି ସ୍ମାର୍ଟ ଟିଭିକୁ ୨୦,୦୦୦ ଟଙ୍କାରୁ କମ୍ ପ୍ରାଇସରେ ଲଞ୍ଚ କରିଛି । ଏହି ସ୍ମାର୍ଟ ଟିଭିରେ QLED ସ୍କ୍ରିନ୍ ସହିତ ଅନେକ ବିଲ୍ଟଅଇନ୍ ଫିଚର୍ସ ଦିଆଯିବ । ଏହା ବ୍ୟତୀତ ଏହି ସ୍ମାର୍ଟ […] The post ୨୦,୦୦୦ ଟଙ୍କାରୁ କମ୍ ପ୍ରାଇସରେ ଲଞ୍ଚ ହୋଇଛି QLED TV, ମିଳିବ ବଢ଼ିଆ ଫିଚର୍ସ appeared first on KNews Odisha.

Thomson ଭାରତରେ ଏକ ୪୩ ଇଞ୍ଚର QLED TV ଲଞ୍ଚ କରିଛି, ଯାହା JioTele OS ରେ ଚାଲିଥାଏ । ଏହା ପ୍ରଥମ ସ୍ମାର୍ଟ ଟିଭି, ଯାହା ଜିଓର ଲାଟେଷ୍ଟ ସ୍ମାର୍ଟ ଟିଭି ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ । କମ୍ପାନୀ ଏହି ସ୍ମାର୍ଟ ଟିଭିକୁ ୨୦,୦୦୦ ଟଙ୍କାରୁ କମ୍ ପ୍ରାଇସରେ ଲଞ୍ଚ କରିଛି । ଏହି ସ୍ମାର୍ଟ ଟିଭିରେ QLED ସ୍କ୍ରିନ୍ ସହିତ ଅନେକ ବିଲ୍ଟଅଇନ୍ ଫିଚର୍ସ ଦିଆଯିବ । ଏହା ବ୍ୟତୀତ ଏହି ସ୍ମାର୍ଟ ଟିଭିରେ ଅନେକ ପପୁଲାର୍ OTT ଆପ୍ସ ସହିତ ଆସିଛି । କମ୍ପାନୀ ଦାବି କରିଛି ଯେ ଏଥିରେ ୟୂଜର୍ସଙ୍କୁ ଇଣ୍ଡିଆ ସ୍ପେସିଫିକ୍ କଣ୍ଟେଣ୍ଟ ଦେଖିବାକୁ ମିଳିବ ।
ପ୍ରାଇସ୍ :
Thomson ର ଏହି ସ୍ମାର୍ଟ ଟିଭି ୧୮,୯୯୯ ଟଙ୍କା ପ୍ରାଇସରେ ଲଞ୍ଚ କରାଯାଇଛି । କମ୍ପାନୀ ଏହି ସ୍ମାର୍ଟ ଟିଭିକୁ ଫେବୃଆରୀ ୨୧ ଅର୍ଥାତ୍ ଗତକାଲି ଇକମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ସେଲ୍ ପାଇଁ ଉପଲବ୍ଧ କରାଯିବ । ଏହି ସ୍ମାର୍ଟ ଟିଭି ସହିତ କମ୍ପାନୀ କିଛି ଲଞ୍ଚ ଅଫର ମଧ୍ୟ ଉପସ୍ଥାପନ କରିଛି । ଏହି ସ୍ମାର୍ଟ ଟିଭିକୁ କିଣିବା ଗ୍ରାହକଙ୍କୁ ୩ ମାସ ପାଇଁ JioHotstar ର ଫ୍ରି ସବସ୍କ୍ରିପସନ୍ ମିଳିବ । ଏହା ବ୍ୟତୀତ ୟୁଜର୍ସଙ୍କୁ ୩ ମାସ ପାଇଁ JioSaavn ର ଫ୍ରି ସବସ୍କ୍ରିପସନ୍ ମିଳିବ । ଖାଲି ଏତିକି ନୁହେଁ, Swiggy ରେ ୧୫୦ ଟଙ୍କାର ଟାଉନପେମେଣ୍ଟ କୁପନ ମଧ୍ୟ ମିଳିବ ।
Thomson QLED TV (43TJQ0012) ର ଫିଚର୍ସ :
ଏହି ସ୍ମାର୍ଟ ଟିଭି ୪୩ ଇଞ୍ଚର QLED ଡିସପ୍ଳେ ସହିତ ଆସିଛି, ଯେଉଁଥିରେ ୧.୧ ବିଲିୟନ୍ କଲରର ସପୋର୍ଟ ମିଳିଥାଏ । ଏଥିରେ HDR ଫିଚର ମଧ୍ୟ ଦିଆଯାଇଛି । ଏହା ସହିତ ଏଥିରେ Dolby Digital Plus ର ସପୋର୍ଟ ମଧ୍ୟ ମିଳିବ । ଏହି ସ୍ମାର୍ଟ ଟିଭିରେ ବେଜେଲଲେସ୍ ଡିଜାଇନ୍ ସହିତ ଆଲୟ ଷ୍ଟାଣ୍ଡ ଅଛି । ଅଡିଓ ପାଇଁ ଏଥିରେ ୪୦ W Dolby ଅଡିଓ ଷ୍ଟେରିଓ ବକ୍ସ ସ୍ପିକର ଅଛି ।
ଏହି ସ୍ମାର୍ଟ ଟିଭିରେ ଡୁଆଲ୍ ବ୍ୟାଣ୍ଡ Wi-Fi କନେକ୍ଟିଭିଟି ରହିଛି । ଏହା ବ୍ୟତୀତ ଏଥିରେ ଭଏସ୍ ଆସିଷ୍ଟାଣ୍ଟ ସହିତ ଏକ ରିମୋଟ୍ ମଧ୍ୟ ଦିଆଯାଇଛି । ଏଥିରେ ଆପ୍ ଡାଉନଲୋଡ୍ କରିବା ପାଇଁ JioStore ର ବ୍ୟବହାର କରାଯାଇଛି । ଏହା ପ୍ରଥମ ସ୍ମାର୍ଟ ହୋଇଛି, ଯାହା JioTele OS ରେ କାମ କରିଥାଏ । ଏଥିରେ ୨ GB RAM ଏବଂ ୮ GB ଇଣ୍ଟରନାଲ୍ ଷ୍ଟୋରେଜ୍ ର ସପୋର୍ଟ ମିଳିବ । ଏହା ସହିତ ଏଥିରେ Netflix, JioHotstar, YouTube, Amazon Prime Video ଭଳି ପପୁଲାର୍ OTT ଆପ୍ସ ମିଳିଥାଏ । ଏହି ସ୍ମାର୍ଟ ଟିଭିରେ ୩୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଫ୍ରିରେ ଦେଖାଯାଇପାରିବ ।
The post ୨୦,୦୦୦ ଟଙ୍କାରୁ କମ୍ ପ୍ରାଇସରେ ଲଞ୍ଚ ହୋଇଛି QLED TV, ମିଳିବ ବଢ଼ିଆ ଫିଚର୍ସ appeared first on KNews Odisha.