ଅପରାଧୀକୁ ଧରାଇଦେଲେ ୨୫ ପଇସା ପୁରସ୍କାର! ଜାଣନ୍ତୁ ଚାରେଣୀ ମାର୍କା ଅପରାଧୀ କିଏ?
ଭରତପୁର ୧୬।୧୧: ରାଜସ୍ଥାନ ପୋଲିସ ହତ୍ୟା ଉଦ୍ୟମ ଅଭିଯୁକ୍ତ ଉପରେ ୨୫ ପଇସା ପୁରସ୍କାର ଘୋଷଣା କରିଛି। ଅଭିଯୁକ୍ତ ଖୁବୀରାମ ଜାଟ୍ ଦୀର୍ଘ ସମୟରୁ ଫେରାର ଅଛି। ଅଭିଯୁକ୍ତର ସୂଚନା ପ୍ରଦାନକାରୀଙ୍କୁ ୨୫ ପଇସା ପୁରସ୍କାର ଦିଆଯିବା ସହ ତାଙ୍କ ସୂଚନା ଗୋପନ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ତେବେ ରାଜସ୍ଥାନ ଭରତପୁର ପୋଲିସ ଅପରାଧୀଙ୍କ ଉପରେ ୨୫ ପଇସା ପୁରସ୍କାର ଘୋଷଣା କରିବା ପୂର୍ବରୁ ଝୁନଝୁନ ପୋଲି ଜଣେ ଫେରାର ଅଭିଯୁକ୍ତଙ୍କ ଉପରେ ଆଠଣୀ (୫୦ ପଇସା) ପୁରସ୍କାର ଘୋଷଣା କରିଥିଲା। ଭରତପୁର ଏସପି ମୃଦୁଲ କଚ୍ଛାୱା କହିଛନ୍ତି ଯେ ଚାରେଣୀ ପୁରସ୍କାର ରଖାଯାଇଥିବା ଅଭିଯୁକ୍ତ ଖୁବୀରାମ ଜାଟ ପୁତ୍ର ସୂରଜରାମ ଜାଟ ଲଖନପୁର ପୋଲିସ ଥାନା ଅନ୍ତର୍ଗତ ମଇ ଗାଁର ବାସିନ୍ଦା। ଖୁବୀରାମ ଜାଟଙ୍କ ବିରୋଧରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଏଥିରେ ହତ୍ୟା ଉଦ୍ୟମ ମାମଲା ୨୦୨୪ରେ ରୁଜୁ ହୋଇଛି। ଅଭିଯୋଗକାରୀଙ୍କ ଆବେଦନ ଅନୁସାରେ ଭରତପୁର ପୋଲିସ ମାମଲାର ଯାଞ୍ଚ କରିଛି। ଏଥିରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ଓ ଖୁବୀରାମକୁ ଗିରଫ କରିବା ପାଇଁ ପୋଲିସ ସମ୍ଭାବିତ ସ୍ଥାନମାନଙ୍କରେ ବାରମ୍ବାର ଚଢଉ ମଧ୍ୟ କରିଛି। ହେଲେ ବି ପୋଲିସ ଅଭିଯୁକ୍ତର ଟେର ପାଉ ନାହିଁ। ନିକଟରେ ଭରତପୁର ପୋଲିସ ଖୁବୀରାମର ଫାଇଲ ପ୍ରସ୍ତୁତ କରି ମୁଖ୍ୟାଳୟକୁ ପଠାଇଥିବା ବେଳେ ସହମତି ନେଇ ଭରତପୁର ଏସପି ଖୁବୀରାମଙ୍କ ପାଇଁ ୨୫ପଇସାର ପୁରସ୍କାର
ଭରତପୁର ୧୬।୧୧: ରାଜସ୍ଥାନ ପୋଲିସ ହତ୍ୟା ଉଦ୍ୟମ ଅଭିଯୁକ୍ତ ଉପରେ ୨୫ ପଇସା ପୁରସ୍କାର ଘୋଷଣା କରିଛି। ଅଭିଯୁକ୍ତ ଖୁବୀରାମ ଜାଟ୍ ଦୀର୍ଘ ସମୟରୁ ଫେରାର ଅଛି। ଅଭିଯୁକ୍ତର ସୂଚନା ପ୍ରଦାନକାରୀଙ୍କୁ ୨୫ ପଇସା ପୁରସ୍କାର ଦିଆଯିବା ସହ ତାଙ୍କ ସୂଚନା ଗୋପନ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ତେବେ ରାଜସ୍ଥାନ ଭରତପୁର ପୋଲିସ ଅପରାଧୀଙ୍କ ଉପରେ ୨୫ ପଇସା ପୁରସ୍କାର ଘୋଷଣା କରିବା ପୂର୍ବରୁ ଝୁନଝୁନ ପୋଲି ଜଣେ ଫେରାର ଅଭିଯୁକ୍ତଙ୍କ ଉପରେ ଆଠଣୀ (୫୦ ପଇସା) ପୁରସ୍କାର ଘୋଷଣା କରିଥିଲା।
ଭରତପୁର ଏସପି ମୃଦୁଲ କଚ୍ଛାୱା କହିଛନ୍ତି ଯେ ଚାରେଣୀ ପୁରସ୍କାର ରଖାଯାଇଥିବା ଅଭିଯୁକ୍ତ ଖୁବୀରାମ ଜାଟ ପୁତ୍ର ସୂରଜରାମ ଜାଟ ଲଖନପୁର ପୋଲିସ ଥାନା ଅନ୍ତର୍ଗତ ମଇ ଗାଁର ବାସିନ୍ଦା। ଖୁବୀରାମ ଜାଟଙ୍କ ବିରୋଧରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଏଥିରେ ହତ୍ୟା ଉଦ୍ୟମ ମାମଲା ୨୦୨୪ରେ ରୁଜୁ ହୋଇଛି। ଅଭିଯୋଗକାରୀଙ୍କ ଆବେଦନ ଅନୁସାରେ ଭରତପୁର ପୋଲିସ ମାମଲାର ଯାଞ୍ଚ କରିଛି। ଏଥିରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ଓ ଖୁବୀରାମକୁ ଗିରଫ କରିବା ପାଇଁ ପୋଲିସ ସମ୍ଭାବିତ ସ୍ଥାନମାନଙ୍କରେ ବାରମ୍ବାର ଚଢଉ ମଧ୍ୟ କରିଛି। ହେଲେ ବି ପୋଲିସ ଅଭିଯୁକ୍ତର ଟେର ପାଉ ନାହିଁ।
ନିକଟରେ ଭରତପୁର ପୋଲିସ ଖୁବୀରାମର ଫାଇଲ ପ୍ରସ୍ତୁତ କରି ମୁଖ୍ୟାଳୟକୁ ପଠାଇଥିବା ବେଳେ ସହମତି ନେଇ ଭରତପୁର ଏସପି ଖୁବୀରାମଙ୍କ ପାଇଁ ୨୫ପଇସାର ପୁରସ୍କାର ଘୋଷଣା କରିଛନ୍ତି। ୪୮ ବର୍ଷ ବୟଷ୍କ ଖୁବୀରାମ ଜାଟଙ୍କ ପାଇଁ ୨୫ ପଇସା ପୁରସ୍କାର ଘୋଷଣା ସମ୍ପର୍କରେ ଭରତପୁର ପୋଲିସ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଯାହା ଏବେ ଭାଇରାଲ ହୋଇଯାଇଛି।
ଭରତପୁର ପୋଲିସର ଏହି ପଦକ୍ଷେପକୁ ଲୋକେ ଏବେ ଉଚ୍ଚ ପ୍ରଶଂସା କରୁଛନ୍ତି। ଲୋକେ କହୁଛନ୍ତି ଅପରାଧୀଙ୍କୁ ବାହୁବଳି ସଂଜ୍ଞା ଦେବା ପରିବର୍ତ୍ତେ ‘ଚାରେଣୀ’ ମାର୍କା ଅପରାଧୀ କରି ସେମାନଙ୍କ ମନବଳ ଭାଙ୍ଗିବାକୁ ଉଦ୍ୟମ କରାଯାଇଛି। ଏହା ଦ୍ୱାରା ଜନମାନସରେ ଅପରାଧୀଙ୍କ ଆତଙ୍କ ସମାପ୍ତ କରିବା ପାଇଁ ପୋଲିସର ପଦକ୍ଷେପ ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି କୁହାଯାଉଛି।