ରାତି ସାରା ସର୍ଚ୍ଚ ଅପରେସନ୍, ସକାଳୁ ଦୁହେଁ ଥାନାରେ ହାଜର
କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।
ଚର୍ଚ୍ଚା ହେଲା, ଡେଇଁଥିଲେ ଭରା ନଈକୁ। କିନ୍ତୁ ରାତି ପାହିଲାବେଳକୁ ଥାନାରେ ହାଜର। ଚମକି ପଡ଼ିଲା କଟକ ପୋଲିସ। ସତରେ କଣ ନଈକୁ ଡେଇଁଥିଲେ ? ଯଦି ନୁହଁ, ତେବେ କାହିଁକି ଏହି ନାଟକ ? କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ିକୁ ଡେଇଁଥିବା ଶଳା ଭାଉଜ ଓ ନଣନ୍ଦେଇଙ୍କୁ ନେଇ ସମସ୍ତଙ୍କ ମୁହଁରେ ଏବେ ଏଭଳି ପ୍ରଶ୍ନ। ତାହାରି ଭିତରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ସାମ୍ନାକୁ ଆସି ପ୍ରେମ ସଂପର୍କ ପାଇଁ ଉଭୟଙ୍କ ଏହା ମିଛ ନାଟକ ବୋଲି କହିବା ପରେ ପୁରା ମାମଲା ନୂଆ ମୋଡ଼ ନେଇଛି।