ପ୍ୟାରିସ ଅଲିମ୍ପିକ୍ସରେ ୨୫ରୁ ଭାରତର ଅଭିଯାନ ଆରମ୍ଭ, ୧୬ କ୍ରୀଡ଼ାରେ ଦମ ଦେଖାଇବେ ୧୧୭ ଭାରତୀୟ ଖେଳାଳି
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନ ସମାରୋହ ଜୁଲାଇ ୨୬ରେ ହେବ। କିନ୍ତୁ ଭାରତର ଖେଳ ଜୁଲାଇ ୨୫ ତାରିଖ ରହିଛି। ୧୬ କ୍ରୀଡ଼ାରେ ୧୧୭ ଭାରତୀୟ ଖେଳାଳି ଦେଶର ଗୌରବ ବଢାଇବା ପାଇଁ ମଇଦାନକୁ ଓହ୍ଲାଇବେ।ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ସବୁଠୁ ବଡ଼ ଦଳ। ଆଥଲେଟିକସରେ ୨୯ ଖେଳାଳିଙ୍କ ଏକ ବଡ଼ ଦଳ ଏଥର ଦେଶର ପ୍ରତିନିଧିତ୍ଵ କରିବେ। ଏହାର ନେତୃତ୍ଵ ନେଉଛନ୍ତି ଟୋକିଓ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ସୁଟିଂରେ ୨୧ ଖେଳାଳି ଭାରତର ପ୍ରତିନିଧିତ୍ଵ କରିବେ, ଯାହା ଗତ ସଂସ୍କରଣ ତୁଳନାରେ ଢେର ଅଧିକ। ପ୍ରଥମ ପଦକର ଆଶାତୀରନ୍ଦାଜିରେ ଦୀପିକା କୁମାରୀ ଏବଂ ତରୁଣଦୀପ ରାୟ ଜୁଲାଇ ୨୫ରେ ରାଙ୍କିଂ ରାଉଣ୍ଡରେ ଭାରତକୁ ପ୍ରଥମ ପଦକ ଜିତାଇ ପାରନ୍ତି। ଏହା ପରେ ଜୁଲାଇ ୨୭ରେ ସନ୍ଦୀପ ସିଂ/ଏଲାଭେନିଲ ଭାଲାରିବନ ଓ ଅର୍ଜୁନ ବବୁତା/ରମିତା ଜିନ୍ଦଲଙ୍କ ଯୋଡ଼ି ମିଶ୍ରିତ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ମଇଦାନକୁ ଓହ୍ଲାଇବେ। ପିସ୍ତଲ ପ୍ରତିଯୋଗିତାରେ ମାନୁ ଭାକର ପଦକର ପ୍ରବଳ ଦାବିଦାର ଅଛନ୍ତି। ଅଗଷ୍ଟ ୬ ତାରିଖରେ ନୀରଜ ଚୋପ୍ରା ଜାଭେଲିନ ପ୍ରତିଯୋଗିତାରେ କ୍ଵାଲିଫାୟର ଓ ଅଗଷ୍ଟ ୮ରେ ଫାଇନାଲରେ ନିଜର ଦମ ଦେଖାଇବେ। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜୁଲାଇ ୨୭ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଦେଶ ପାଇଁ ପଦକ ଜିତି ପାରନ୍ତି। ମୀରାବାଇ ଚାନୁ ଅଗଷ୍ଟ ୭ରେ ମହିଳାଙ୍କ ୪୯ କିଗ୍ରା ଭାରୋତ୍ତଳନ ପ୍ରତିଯୋ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନ ସମାରୋହ ଜୁଲାଇ ୨୬ରେ ହେବ। କିନ୍ତୁ ଭାରତର ଖେଳ ଜୁଲାଇ ୨୫ ତାରିଖ ରହିଛି। ୧୬ କ୍ରୀଡ଼ାରେ ୧୧୭ ଭାରତୀୟ ଖେଳାଳି ଦେଶର ଗୌରବ ବଢାଇବା ପାଇଁ ମଇଦାନକୁ ଓହ୍ଲାଇବେ।ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ସବୁଠୁ ବଡ଼ ଦଳ। ଆଥଲେଟିକସରେ ୨୯ ଖେଳାଳିଙ୍କ ଏକ ବଡ଼ ଦଳ ଏଥର ଦେଶର ପ୍ରତିନିଧିତ୍ଵ କରିବେ। ଏହାର ନେତୃତ୍ଵ ନେଉଛନ୍ତି ଟୋକିଓ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ସୁଟିଂରେ ୨୧ ଖେଳାଳି ଭାରତର ପ୍ରତିନିଧିତ୍ଵ କରିବେ, ଯାହା ଗତ ସଂସ୍କରଣ ତୁଳନାରେ ଢେର ଅଧିକ।
ପ୍ରଥମ ପଦକର ଆଶା
ତୀରନ୍ଦାଜିରେ ଦୀପିକା କୁମାରୀ ଏବଂ ତରୁଣଦୀପ ରାୟ ଜୁଲାଇ ୨୫ରେ ରାଙ୍କିଂ ରାଉଣ୍ଡରେ ଭାରତକୁ ପ୍ରଥମ ପଦକ ଜିତାଇ ପାରନ୍ତି। ଏହା ପରେ ଜୁଲାଇ ୨୭ରେ ସନ୍ଦୀପ ସିଂ/ଏଲାଭେନିଲ ଭାଲାରିବନ ଓ ଅର୍ଜୁନ ବବୁତା/ରମିତା ଜିନ୍ଦଲଙ୍କ ଯୋଡ଼ି ମିଶ୍ରିତ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ମଇଦାନକୁ ଓହ୍ଲାଇବେ। ପିସ୍ତଲ ପ୍ରତିଯୋଗିତାରେ ମାନୁ ଭାକର ପଦକର ପ୍ରବଳ ଦାବିଦାର ଅଛନ୍ତି।
ଅଗଷ୍ଟ ୬ ତାରିଖରେ ନୀରଜ ଚୋପ୍ରା ଜାଭେଲିନ ପ୍ରତିଯୋଗିତାରେ କ୍ଵାଲିଫାୟର ଓ ଅଗଷ୍ଟ ୮ରେ ଫାଇନାଲରେ ନିଜର ଦମ ଦେଖାଇବେ। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜୁଲାଇ ୨୭ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଦେଶ ପାଇଁ ପଦକ ଜିତି ପାରନ୍ତି। ମୀରାବାଇ ଚାନୁ ଅଗଷ୍ଟ ୭ରେ ମହିଳାଙ୍କ ୪୯ କିଗ୍ରା ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ବିଜେତା ଲଭଲୀନା ଗୋରଗାହେନ ଜଲାଇ ୨୭ରୁ ଆରମ୍ଭ ହେଉଥିବା ବକ୍ସିଂରେ ଭାରତର ପ୍ରତିନିଧିତ୍ଵ କରିବେ। ତାଙ୍କ ସହିତ ଦୁଇ ଥରର ବିଶ୍ଵ ଚାମ୍ପିଅନ୍ସ ନିଖତ ଜରୀନ ମଧ୍ୟ ପଦାର୍ପଣ କରିବେ।
କେଉଁଥିରେ ହେବ ସିଧା ପ୍ରସାରଣ
ପ୍ୟାରିସ ଅଲିମ୍ପିକ୍ସର ସିଧା ପ୍ରସାରଣ ସ୍ପୋର୍ଟ୍ସ ୧୮ ଓ ଡିଡି ସ୍ପୋର୍ଟ୍ସ ୧.୦ରେ ଉପଲବ୍ଧ ରହିବ। ଭାରତରେ ସିଧା ପ୍ରସାରଣ ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଜିଓ ସିନେମାରେ ହେବ।
ମୋଟ୍ ୧୬ କ୍ରୀଡ଼ାରେ ୧୧୨ ଖେଳାଳି
ଭାରତୀୟ ଖେଳାଳି ମୋଟ୍ ୧୬ କ୍ରୀଡ଼ା- ତୀରନ୍ଦାଜି, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବକ୍ସିଂ, ଅଶ୍ଵାରୋହଣ, ଗୋଲ୍ଫ, ହକି, ଜୁଡ଼ୋ, ରୋଇଙ୍ଗ, ନୌଚାଳନା, ସୁଟିଂ, ସନ୍ତରଣ ଓ ଟେବୁଲ ଟେନିସରେ ନିଜର ଦମ ଦେଖାଇବେ।
ଟୋକିଓ ୨୦୨୦ର ରେକର୍ଡ
ଭାରତ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ସ୍ଵର୍ଣ୍ଣ ସହିତ ମୋଟ୍ ୭ ପଦକ ଜିତି ରେକର୍ଡ କରିଥିଲା। ଏଥର ପ୍ୟାରିସ ଅଲିମ୍ପିକ୍ସରେ ରେହି ରେକର୍ଡ ଭାଙ୍ଗିବାକୁ ଦଳ ଲକ୍ଷ୍ୟ ରଖିଛି।