ବଢ଼ିଲା ସୁନା, କମିଲା ରୁପା: କିଣିଲା ବେଳେ ଏହି ୩ ଟି କଥା ଉପରେ ଧ୍ୟାନ ଦିଅନ୍ତୁ
ନୂଆଦିଲ୍ଲୀ: ଗୁରୁବାର(ଜୁଲାଇ ୧୮) ସୁନା ଦର ବଢ଼ିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA)ର ୱେବ୍ସାଇଟ୍ ଅନୁସାରେ,୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୬୪୦ ଟଙ୍କା ବଢି ୭୩,୯୭୯ ଟଙ୍କା ହୋଇଛି। ଗତକାଲି ଏହାର ଦାମ ୭୩,୩୩୯ ଟଙ୍କା ଥିଲା। ତେବେ ରୂପା ମୂଲ୍ୟ ହ୍ରାସ ପାଇଛି।୪୫୯ ଟଙ୍କା ହ୍ରାସ ପାଇ ରୂପା କେଜି ୯୧,୫୫୫ ଟଙ୍କା ରହିଛି। ଏହାପୂର୍ବରୁ ରୂପା କେଜି ୯୨,୦୧୪ ଟଙ୍କାରେ ବିକ୍ରି ହେଉଥିଲା। ତେବେ ଚଳିତ ବର୍ଷ ରୂପା ମେ ୨୯ ତାରିଖରେ କେଜି ୯୪,୨୮୦ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦ ଗ୍ରାମ ସୁନାର ମୂଲ୍ୟରେ ୧୦,୬୨୬ ଟଙ୍କା ପର୍ଯ୍ୟନ୍ତ ବଢ଼ି ଲାଣି। ବର୍ଷ ଆରମ୍ଭରେ ଏହା ୬୩,୩୫୨ ଟଙ୍କା ଥିଲା। ବର୍ତ୍ତମାନ ୧୦ ଗ୍ରାମ ପିଛା ୭୩,୯୭୯ ଟଙ୍କା ରହିଛି। ସେହିପରି ରୁପା ବି ବଢିଛି। ବର୍ଷ ଆରମ୍ଭରେ ରୁପା କେଜି ୭୩,୩୯୫ ଟଙ୍କା ଥିଲା। ଯାହା ବର୍ତ୍ତମାନ କିଲୋଗ୍ରାମ ପାଇଁ ୯୧,୫୫୫ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଚଳିତ ବର୍ଷ ରୂପା ୧୮,୧୬୦ ଟଙ୍କା ବୃଦ୍ଧି ପାଇଛି। ସୁନା କିଣିବା ବେଳେ ଏହି ୩ କଥା ଉପରେ ନଜର ରଖନ୍ତୁ।ସାର୍ଟିପାଇଢ ସୁନା କିଣନ୍ତୁ- ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍)ର ହଲମାର୍କ ସାର୍ଟିଫାଇଡ ସୁନା କିଣନ୍ତୁ। ସୁନା ଉପରେ ୬ ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁ
ନୂଆଦିଲ୍ଲୀ: ଗୁରୁବାର(ଜୁଲାଇ ୧୮) ସୁନା ଦର ବଢ଼ିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA)ର ୱେବ୍ସାଇଟ୍ ଅନୁସାରେ,୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୬୪୦ ଟଙ୍କା ବଢି ୭୩,୯୭୯ ଟଙ୍କା ହୋଇଛି। ଗତକାଲି ଏହାର ଦାମ ୭୩,୩୩୯ ଟଙ୍କା ଥିଲା। ତେବେ ରୂପା ମୂଲ୍ୟ ହ୍ରାସ ପାଇଛି।୪୫୯ ଟଙ୍କା ହ୍ରାସ ପାଇ ରୂପା କେଜି ୯୧,୫୫୫ ଟଙ୍କା ରହିଛି। ଏହାପୂର୍ବରୁ ରୂପା କେଜି ୯୨,୦୧୪ ଟଙ୍କାରେ ବିକ୍ରି ହେଉଥିଲା। ତେବେ ଚଳିତ ବର୍ଷ ରୂପା ମେ ୨୯ ତାରିଖରେ କେଜି ୯୪,୨୮୦ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦ ଗ୍ରାମ ସୁନାର ମୂଲ୍ୟରେ ୧୦,୬୨୬ ଟଙ୍କା ପର୍ଯ୍ୟନ୍ତ ବଢ଼ି ଲାଣି। ବର୍ଷ ଆରମ୍ଭରେ ଏହା ୬୩,୩୫୨ ଟଙ୍କା ଥିଲା। ବର୍ତ୍ତମାନ ୧୦ ଗ୍ରାମ ପିଛା ୭୩,୯୭୯ ଟଙ୍କା ରହିଛି। ସେହିପରି ରୁପା ବି ବଢିଛି। ବର୍ଷ ଆରମ୍ଭରେ ରୁପା କେଜି ୭୩,୩୯୫ ଟଙ୍କା ଥିଲା। ଯାହା ବର୍ତ୍ତମାନ କିଲୋଗ୍ରାମ ପାଇଁ ୯୧,୫୫୫ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଚଳିତ ବର୍ଷ ରୂପା ୧୮,୧୬୦ ଟଙ୍କା ବୃଦ୍ଧି ପାଇଛି।
ସୁନା କିଣିବା ବେଳେ ଏହି ୩ କଥା ଉପରେ ନଜର ରଖନ୍ତୁ।
ସାର୍ଟିପାଇଢ ସୁନା କିଣନ୍ତୁ- ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍)ର ହଲମାର୍କ ସାର୍ଟିଫାଇଡ ସୁନା କିଣନ୍ତୁ। ସୁନା ଉପରେ ୬ ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ। ଏହି ନମ୍ବର ଆଲ୍ଫାନ୍ୟୁମେରିକା ନମ୍ବର ଯଥା - AZ4524 ଏମିତି ଲେଖାଯାଇଥାଏ। ହଲମାର୍କିଂ ମାଧ୍ୟମରେ ସୁନା କେତେ କ୍ୟାରେଟ୍ ତାହା ଜାଣି ହେବ।
ସୁନା ମୂଲ୍ୟର କ୍ରସ ଚେକିଂ କରନ୍ତୁ- ସୁନା କିଣିବା ପୂର୍ବରୁ ଏହା ଓଜନ ସହିତ ଏହାର କେତେ ମୂଲ୍ୟ ରହିଛି ଏହାର କ୍ରସ ଚେକ୍ କରନ୍ତୁ। ସୁନା ମୂଲ୍ୟ ଚେକ୍ କରିବା ପାଇଁ ଏକାଧିକ ୱେବ୍ସାଇଟ୍ ଯଥା- ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଚେକ କରନ୍ତୁ। ସୁନା ମୂଲ୍ୟ ୨୪ କ୍ୟାରେଟ୍, ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ଅନୁସାରେ ଭିନ୍ନ ହୋଇଥାଏ। ୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ସୁନା କୁହାଯାଏ। ହେଲେ ଏଥରେ ଅଳଙ୍କାର ତିଆରି ହୁଏନି। କାରଣ ୨୪ କ୍ୟାରେଟ୍ ସୁନା ନରମ ହୋଇଥାଏ।
କ୍ୟାସ୍ ପେମେଣ୍ଟ ନ କରି ବିଲ୍ ନିଅନ୍ତୁ- ସୁନା କିଣିବାବେଳେ, ନଗଦ ଟଙ୍କା ଦେବା ବଦଳରେ UPI (BHIM ଆପ୍ ପରି) ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମୂଲ୍ୟ ଦିଅନ୍ତୁ। ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ମଧ୍ୟ ପେମେଣ୍ଟ କରିପାରିବେ। ଏହା ପରେ ବିଲ୍ ନେବାକୁ ଭୁଲବି ନାହିଁ। ଯଦି ଅନଲାଇନ୍ ଅର୍ଡର କରନ୍ତି ତେବେ ନିଶ୍ଚିତ ଭାବରେ ପ୍ୟାକେଜିଂ ଯାଞ୍ଚ କରନ୍ତୁ।