‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’

ଆର୍‌.ଉଦୟଗିରି,୩ା୫(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛି। ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ। ଏହା ପ୍ରମାଣିତ କରି ଦେଖାଇଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକ। ଯାହାକି ଚଳିତ ଶିକ୍ଷାବର୍ଷରେ ଉକ୍ତ ବିଦ୍ୟାଳୟରୁ ୫୬ ଜଣ ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇ ଶତ ପ୍ରତିଶତ ସଫଳତା […] The post ‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’ appeared first on Dharitri Odia News.

‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’

ଆର୍‌.ଉଦୟଗିରି,୩ା୫(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛି। ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ। ଏହା ପ୍ରମାଣିତ କରି ଦେଖାଇଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକ। ଯାହାକି ଚଳିତ ଶିକ୍ଷାବର୍ଷରେ ଉକ୍ତ ବିଦ୍ୟାଳୟରୁ ୫୬ ଜଣ ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇ ଶତ ପ୍ରତିଶତ ସଫଳତା ଲାଭ କରି ବିଦ୍ୟାଳୟର ସୁନାମକୁ ବହୁଗୁଣିତ କରିଛନ୍ତି। ସେଥି ମଧ୍ୟରୁ ତିନିଜଣ A-1 ପାଇ ଜିଲାର ଗୌରବକୁ ବଢ଼ାଇଛନ୍ତି। ଅନିତା ଦଳାଇ(A-1) ୫୪୪ , ଚନ୍ଦ୍ରଶେଖର ଦଳାଇ (A-1) ୫୪୩, ହିରବତୀ ରଇତ (A-1)-୫୪୧ ରଖିଥିବା ବେଳେ (A-2)- ୧୫ ଜଣ,(B-1)- ୨୭ ଜଣ,(B-2)- ୭ ଜଣ, ଏବଂ C- 4 ଜଣ ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହ୍ଲାଦ ଶିଅଳ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଜ୍ଞାପନ କରାଯାଇଛି। ଏହି ସଫଳତା ପଛରେ ଜିଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ, ଜିଲା ବିଜ୍ଞାନ ନିରୀକ୍ଷକ ଏ ରବି ଆମ୍ପୂଲ, ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଯୁଧିଷ୍ଠିର ବେହେରାଙ୍କର ବଳିଷ୍ଠ ଭୂମିକା ରହିଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଛନ୍ତି। ଏହା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି।

The post ‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’ appeared first on Dharitri Odia News.