ବହୁତ କିଛି କାମ କରିଛି, ଏଥର ଆହୁରି ଅନେକ କାମ ହେବ: ମଞ୍ଜୁଲତା ମଣ୍ଡଳ

ଭଦ୍ରକ ୮।୪: ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରଚାର । ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ଏଥର ଭଦ୍ରକ ଲୋକସଭା ପାଇଁ ମଞ୍ଜୁଲତା ମଣ୍ଡଳଙ୍କୁ ରିପିଟ୍ କରିଛି । ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇନଥିଲେ ମଧ୍ୟ ଛାମୁଆ ସଂଗଠନ ଓ ନେତାଙ୍କୁ ନେଇ ଘନ ଘନ ବୈଠକ ହେଉଛି । ଭଦ୍ରକ ଲୋକସଭା ପାର୍ଥିନୀ ମଞ୍ଜୁଲତା କହିଛନ୍ତି ଯେ, ସୁପ୍ରିମୋ ଏଥର ପୁଣି ଥରେ ଭରଷା କରିଛନ୍ତି । ଗତ ଥର ନିଜ କ୍ଷେତ୍ର ପାଇଁ ବହୁ କିଛି କରିଛନ୍ତି, ଏଥର ବଳକା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ତେବେ ମଞ୍ଜୁଲତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ବିଭିନ୍ନ ଛାମୁଆ ସଂଗଠନ ସହ ବୈଠକ କରିଛନ୍ତି । ସେ କହିଛନ୍ତି ଯେ, ଲୋକସଭା କ୍ଷେତ୍ରରେ ରାସ୍ତା ସମସ୍ୟା ସହ ନିଯୁକ୍ତି ଉପରେ ମହିଳା ସାଂସଦ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରରେ ନିଜ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନ କରିଛନ୍ତି । ତେଣୁ ଏଥର ସମାନ ଭାବେ ଲୋକେ ଆସ୍ଥା ରଖିବେ ।You Can Read :ନଦୀ ପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକ ହତ୍ୟାକରି ଫିଙ୍ଗିଦେଇଥିବା ଅଭିଯୋଗ

ବହୁତ କିଛି କାମ କରିଛି, ଏଥର ଆହୁରି ଅନେକ କାମ ହେବ: ମଞ୍ଜୁଲତା ମଣ୍ଡଳ

ଭଦ୍ରକ ୮।୪: ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରଚାର । ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ଏଥର ଭଦ୍ରକ ଲୋକସଭା ପାଇଁ ମଞ୍ଜୁଲତା ମଣ୍ଡଳଙ୍କୁ ରିପିଟ୍ କରିଛି । ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇନଥିଲେ ମଧ୍ୟ ଛାମୁଆ ସଂଗଠନ ଓ ନେତାଙ୍କୁ ନେଇ ଘନ ଘନ ବୈଠକ ହେଉଛି । ଭଦ୍ରକ ଲୋକସଭା ପାର୍ଥିନୀ ମଞ୍ଜୁଲତା କହିଛନ୍ତି ଯେ, ସୁପ୍ରିମୋ ଏଥର ପୁଣି ଥରେ ଭରଷା କରିଛନ୍ତି । ଗତ ଥର ନିଜ କ୍ଷେତ୍ର ପାଇଁ ବହୁ କିଛି କରିଛନ୍ତି, ଏଥର ବଳକା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । 

ତେବେ ମଞ୍ଜୁଲତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ବିଭିନ୍ନ ଛାମୁଆ ସଂଗଠନ ସହ ବୈଠକ କରିଛନ୍ତି । ସେ କହିଛନ୍ତି ଯେ, ଲୋକସଭା କ୍ଷେତ୍ରରେ ରାସ୍ତା ସମସ୍ୟା ସହ ନିଯୁକ୍ତି ଉପରେ ମହିଳା ସାଂସଦ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରରେ ନିଜ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନ କରିଛନ୍ତି । ତେଣୁ ଏଥର ସମାନ ଭାବେ ଲୋକେ ଆସ୍ଥା ରଖିବେ ।

You Can Read :

ନଦୀ ପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକ ହତ୍ୟାକରି ଫିଙ୍ଗିଦେଇଥିବା ଅଭିଯୋଗ