ବାଂଲାଦେଶ ବାୟୁସେନା ଘାଟି ଉପରେ ଜନତାଙ୍କ ଚଢଉ, ୧ମୃତ

କୋକ୍ସବଜାର ୨୪।୨: ବାଂଲାଦେଶରେ ବାୟୁସେନା ଘାଟି ଉପରେ ସ୍ଥାନୀୟ ଜନତା ଆକ୍ରମଣ କରିଛନ୍ତି। ଏହି ବାୟୁସେନା ଘାଟି କୋକ୍ସବଜାର ଅଞ୍ଚଳରେ ରହିଛି। ବାଂଲାଦେଶ ବାୟୁସେନା ଜନତାଙ୍କ ଆକ୍ରମଣର ମୁକାବିଲା କରୁଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ଆସୁଛି। ବାଂଲାଦେଶ ଇଣ୍ଟରସର୍ଭିସେସ ପବ୍ଲିକ୍ ରିଲେସନସ୍ (ଆଇଏସପିଆର) ସୂଚନା ଅନୁସାରେ ବାୟୁସେନା ଘାଟିକୁ ଲାଗି ରହିଥିବା ସମିତି ପଡାର ଲୋକେ ଏହି ଆକ୍ରମଣ କରିଛନ୍ତି। ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଅନୁସାରେ ଡେପୁଟି କମିଶନର ସମିତି ପଡାର ଲୋକଙ୍କୁ ବାୟୁସେନା ଅଞ୍ଚଳ ଖାଲିକରି ଖୁରୁଶକୁଲ ହାଉସିଂ ପ୍ରୋଜେକ୍ଟ ଯିବାକୁ ଆଦେଶ ଦେଇଥିଲେ। ଏହା ପରେ ଲୋକେ ଦଳଦଳ ହୋଇ ବାୟୁସେନା ଘାଟିକୁ ମୁହାଁଇବା ସହ ଆକ୍ରମଣ କରିଥିଲେ।ଫଳରେ ବାୟୁସେନା ଜବାନ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ସମିତି ପଡର ଶିହାବ କବିର ନାହିଦ (୨୫) ବୋଲି ଚିହ୍ନଟ କରାଯାଇଛି। କକ୍ସବଜାର ସଦର ହସ୍ପିଟାଲ ରେସିଡେଣ୍ଟ ଡକ୍ଚର ସବୁକ୍ତଗୀନ ମହମୁଦ ସୋହେଲ କହିଛନ୍ତି ଯେ ହସ୍ପିଟାଲକୁ ଯୁବକଙ୍କୁ ମୃତାବସ୍ଥାରେ ଅଣାଯାଇଥିଲା। ତାଙ୍କ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିଲା। ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଛାତ୍ରଙ୍କ ହିଂସାତ୍ମକ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍

ବାଂଲାଦେଶ ବାୟୁସେନା ଘାଟି ଉପରେ ଜନତାଙ୍କ ଚଢଉ, ୧ମୃତ

କୋକ୍ସବଜାର ୨୪।୨: ବାଂଲାଦେଶରେ ବାୟୁସେନା ଘାଟି ଉପରେ ସ୍ଥାନୀୟ ଜନତା ଆକ୍ରମଣ କରିଛନ୍ତି। ଏହି ବାୟୁସେନା ଘାଟି କୋକ୍ସବଜାର ଅଞ୍ଚଳରେ ରହିଛି। ବାଂଲାଦେଶ ବାୟୁସେନା ଜନତାଙ୍କ ଆକ୍ରମଣର ମୁକାବିଲା କରୁଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ଆସୁଛି। ବାଂଲାଦେଶ ଇଣ୍ଟରସର୍ଭିସେସ ପବ୍ଲିକ୍ ରିଲେସନସ୍ (ଆଇଏସପିଆର) ସୂଚନା ଅନୁସାରେ ବାୟୁସେନା ଘାଟିକୁ ଲାଗି ରହିଥିବା ସମିତି ପଡାର ଲୋକେ ଏହି ଆକ୍ରମଣ କରିଛନ୍ତି। 

ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଅନୁସାରେ ଡେପୁଟି କମିଶନର ସମିତି ପଡାର ଲୋକଙ୍କୁ ବାୟୁସେନା ଅଞ୍ଚଳ ଖାଲିକରି ଖୁରୁଶକୁଲ ହାଉସିଂ ପ୍ରୋଜେକ୍ଟ ଯିବାକୁ ଆଦେଶ ଦେଇଥିଲେ। ଏହା ପରେ ଲୋକେ ଦଳଦଳ ହୋଇ ବାୟୁସେନା ଘାଟିକୁ ମୁହାଁଇବା ସହ ଆକ୍ରମଣ କରିଥିଲେ।ଫଳରେ ବାୟୁସେନା ଜବାନ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ସମିତି ପଡର ଶିହାବ କବିର ନାହିଦ (୨୫) ବୋଲି ଚିହ୍ନଟ କରାଯାଇଛି। 

କକ୍ସବଜାର ସଦର ହସ୍ପିଟାଲ ରେସିଡେଣ୍ଟ ଡକ୍ଚର ସବୁକ୍ତଗୀନ ମହମୁଦ ସୋହେଲ କହିଛନ୍ତି ଯେ ହସ୍ପିଟାଲକୁ ଯୁବକଙ୍କୁ ମୃତାବସ୍ଥାରେ ଅଣାଯାଇଥିଲା। ତାଙ୍କ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିଲା। ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଛାତ୍ରଙ୍କ ହିଂସାତ୍ମକ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଅଗଷ୍ଟ ୫ ତାରିଖ ଦିନ ବାଂଲାଦେଶ ଛାଡି ଭାରତରେ ଶରଣ ନେଇଥିଲେ। ଅଗଷ୍ଟ ୮ ତାରିଖ ଦିନ ମହମ୍ମଦ ୟୁନୁସ ଙ୍କ ହାତରେ ଦେଶର ଶାସନ ନ୍ୟସ୍ତ କରାଯାଇଥିବା ବେଳେ ସେ କାମଚଳା ସରକାରର ମୁଖ୍ୟ ଅଛନ୍ତି। 

ତେବେ ହସିନାଙ୍କ ପଦତ୍ୟାଗ ପରେ ମଧ୍ୟ ବାଂଲାଦେଶ ପରିସ୍ଥିତିରେ କୌଣସି ସୁଧାର ହୋଇନାହିଁ। ଦେଶରେ ଧାର୍ମିକ ବିଦ୍ୱେଷ ବ୍ୟାପୁଥିବା ବେଳେ ଶାସନ ବିରୋଧରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଉପୁଜିଥିବା ପରିସ୍ଥିତିରୁ  ବାଂଲାଦେଶ ଏକ ଗୃହ ଯୁଦ୍ଧଆଡକୁ ମୁହାଁଉଥିବା ସୋମବାରର ଘଟଣାରୁ ସ୍ପଷ୍ଟ ହୋଇଛି।