ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି…

ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ। ଉକ୍ତ ଭିଡିଓରେ ବିକାଶ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଲାଇଭ୍‌ ଭିଡିଓରେ ସେ କହିଥିଲେ, ତାଙ୍କ ସ୍ତ୍ରୀଙ୍କର ଶାକିବ ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି। ଫଳରେ ତାଙ୍କ ଦାମ୍ପତ୍ୟ ଜୀବନରେ ବହୁ ବାଧା ସୃଷ୍ଟି ହୋଇଥିଲା ଏବଂ ସ୍ତ୍ରୀ ତାଙ୍କୁ ଛାଡ଼ି ନିଜ ମା’ […] The post ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି… appeared first on Dharitri Odia News.

ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି…

ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ। ଉକ୍ତ ଭିଡିଓରେ ବିକାଶ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଲାଇଭ୍‌ ଭିଡିଓରେ ସେ କହିଥିଲେ, ତାଙ୍କ ସ୍ତ୍ରୀଙ୍କର ଶାକିବ ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି। ଫଳରେ ତାଙ୍କ ଦାମ୍ପତ୍ୟ ଜୀବନରେ ବହୁ ବାଧା ସୃଷ୍ଟି ହୋଇଥିଲା ଏବଂ ସ୍ତ୍ରୀ ତାଙ୍କୁ ଛାଡ଼ି ନିଜ ମା’ ଓ ଭଉଣୀଙ୍କ ସହ ରହୁଥିଲେ। ଫଳରେ ସେ ଦୀର୍ଘଦିନ ହେବ ମାନସିକ ଅବସାଦ ମଧ୍ୟରେ ଥିଲେ ଏବଂ ଋଣରେ ବୁଡ଼ି ରହିଥିଲେ। ମୃତ୍ୟୁପରେ ୪ ବର୍ଷୀୟ ପୁଅର ଲାଳନପାଳନ ଦାୟିତ୍ୱ ତାଙ୍କ ମା’ବାପାଙ୍କୁ ଦିଆଯାଉ ବୋଲି ସେ କହିଥିଲେ।

The post ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି… appeared first on Dharitri Odia News.