କରୋନା ପରେ ଚାନ୍ଦିପୁରା ଭାଇରସ୍‌ର ଏଣ୍ଟ୍ରି ! ଗୁଜରାଟ୍‌ରେ ଗଲାଣି ୧୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୧୬।୦୭: ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସନ୍ଦେହ ଜନକ ଭୂତାଣୁ ଯୋଗୁଁ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ମାମଲା ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଚାନ୍ଦିପୁରା ଭୂତାଣୁ ଜ୍ଵର ସୃଷ୍ଟି ହେଉଛି। ଯାହା ଫ୍ଲୁ ଭଳି ଲକ୍ଷଣ ଏବଂ ତୀବ୍ର ଏନସେଫାଲାଇଟିସ୍ (ମସ୍ତିଷ୍କର ପ୍ରଦାହ) ସହିତ ହୋଇଥାଏ। ଏହା ମଶା ଏବଂ ମାଛି ଇତ୍ୟାଦି ଦ୍ଵାରା ବିସ୍ତାର ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛିସ୍ଵାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି, "ଏହି ୧୨ ରୋଗୀଙ୍କ ମଧ୍ୟରୁ ଚାରିଜଣ ସାବରକାନ୍ତ ଜିଲ୍ଲାର, ତିନିଜଣ ଅରବାଲି ଏବଂ ଜଣେ ମହୀସାଗର ଏବଂ ଖେଡାର। ଦୁଇଜଣ ରୋଗୀ ରାଜସ୍ଥାନର ଏବଂ ଜଣେ ମଧ୍ୟପ୍ରଦେଶର। ଗୁଜରାଟରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଜଣାଯାଇଛି ଯେ ଏହି ଭୂତାଣୁ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ନମୁନା ପରୀକ୍ଷା କରିବାର ଫଳାଫଳ ପରେ ହିଁ ଏହି ମୃତ୍ୟୁ ଚାନ୍ଦିପୁରା ଭାଇରସ କାରଣରୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ। ସେ କହିଛନ୍ତି, "୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ପାଞ୍ଚଟି ସାବରକାନ୍ତ ଜିଲ୍ଲାର ହିମାତ୍ନଗରର ସିଭିଲ ହସ୍ପିଟାଲରେ ଘଟିଛି। ସାବରକାନ୍ତର ଆଠଟି ସମେତ ସମସ୍ତ ୧୨ଟି ନମୁନା

କରୋନା ପରେ ଚାନ୍ଦିପୁରା ଭାଇରସ୍‌ର ଏଣ୍ଟ୍ରି ! ଗୁଜରାଟ୍‌ରେ ଗଲାଣି ୧୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୧୬।୦୭: ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସନ୍ଦେହ ଜନକ ଭୂତାଣୁ ଯୋଗୁଁ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ମାମଲା ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଚାନ୍ଦିପୁରା ଭୂତାଣୁ ଜ୍ଵର ସୃଷ୍ଟି ହେଉଛି। ଯାହା ଫ୍ଲୁ ଭଳି ଲକ୍ଷଣ ଏବଂ ତୀବ୍ର ଏନସେଫାଲାଇଟିସ୍ (ମସ୍ତିଷ୍କର ପ୍ରଦାହ) ସହିତ ହୋଇଥାଏ। ଏହା ମଶା ଏବଂ ମାଛି ଇତ୍ୟାଦି ଦ୍ଵାରା ବିସ୍ତାର ହୁଏ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି

ସ୍ଵାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି, "ଏହି ୧୨ ରୋଗୀଙ୍କ ମଧ୍ୟରୁ ଚାରିଜଣ ସାବରକାନ୍ତ ଜିଲ୍ଲାରତିନିଜଣ ଅରବାଲି ଏବଂ ଜଣେ ମହୀସାଗର ଏବଂ ଖେଡାର। ଦୁଇଜଣ ରୋଗୀ ରାଜସ୍ଥାନର ଏବଂ ଜଣେ ମଧ୍ୟପ୍ରଦେଶର। ଗୁଜରାଟରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଜଣାଯାଇଛି ଯେ ଏହି ଭୂତାଣୁ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ନମୁନା ପରୀକ୍ଷା କରିବାର ଫଳାଫଳ ପରେ ହିଁ ଏହି ମୃତ୍ୟୁ ଚାନ୍ଦିପୁରା ଭାଇରସ କାରଣରୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ। ସେ କହିଛନ୍ତି, "୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ପାଞ୍ଚଟି ସାବରକାନ୍ତ ଜିଲ୍ଲାର ହିମାତ୍ନଗରର ସିଭିଲ ହସ୍ପିଟାଲରେ ଘଟିଛି। ସାବରକାନ୍ତର ଆଠଟି ସମେତ ସମସ୍ତ ୧୨ଟି ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (NIV) କୁ ପଠାଯାଇଛି।"

ଭୂତାଣୁ ନମୁନା ପରୀକ୍ଷା କରାଯାଉଛି

ହିମାତ୍ନଗର ସିଭିଲ ହସ୍ପିଟାଲର ଶିଶୁ ଚିକିତ୍ସକମାନେ ଜୁଲାଇ ୧୦ ରେ ଚାନ୍ଦିପୁରା ଭୂତାଣୁ ଯୋଗୁଁ ଚାରି ପିଲାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରିଥିଲେ ଏବଂ ନିଶ୍ଚିତ କରିବା ପାଇଁ ସେମାନଙ୍କ ନମୁନାକୁ NIV କୁ ପଠାଇଥିଲେ। ପରେଆଉ ଚାରିଜଣ ଶିଶୁ ଡାକ୍ତରଖାନାରେ ସମାନ ଲକ୍ଷଣ ଦେଖା ଦେଇଥିଲା। ପଟେଲ କହିଛନ୍ତି, "ଚାନ୍ଦିପୁରା ଭୁତାଣୁ ସଂକ୍ରାମକ ନୁହେଁ। ତଥାପି ପ୍ରଭାବିତ ଅଞ୍ଚଳରେ ତୀବ୍ର ନଜର ରଖାଯାଇଛି।