ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା
ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଫିଜିକ୍ସ ୱାଲାର ସର୍ବବୃହତ୍ ସ୍କଲାରଶିପ ପରୀକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍ କମ (କମନ) ଆଡମିସନ୍ ଟେଷ୍ଟ-୨୦୨୪ର ୩ୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏପରିକି ନିଟ୍-ୟୁଜି ଏବଂ ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍କର୍ଷ ହାସଲ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରଙ୍କ ଆର୍ଥତ୍କ ସ୍ଥିତି ନିର୍ବିଶେଷରେ ଉଚ୍ଚଗୁଣାତ୍ମକ ଶିକ୍ଷା ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପ୍ରଦାନ କରିବା ଏହି […] The post ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଫିଜିକ୍ସ ୱାଲାର ସର୍ବବୃହତ୍ ସ୍କଲାରଶିପ ପରୀକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍ କମ (କମନ) ଆଡମିସନ୍ ଟେଷ୍ଟ-୨୦୨୪ର ୩ୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏପରିକି ନିଟ୍-ୟୁଜି ଏବଂ ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍କର୍ଷ ହାସଲ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରଙ୍କ ଆର୍ଥତ୍କ ସ୍ଥିତି ନିର୍ବିଶେଷରେ ଉଚ୍ଚଗୁଣାତ୍ମକ ଶିକ୍ଷା ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍ କମ୍(କମନ) ଆଡମିସନ୍ ଟେଷ୍ଟ-୨୦୨୪ ପାଇଁ ପଞ୍ଜୀକରଣ ବର୍ତ୍ତମାନ ଖୋଲା ରହିଛି। ଏପରିକି ଦେଶର କୋଣ ଅନୁକୋଣର ଛାତ୍ରୀଛାତ୍ରମାନଙ୍କୁ ଏହି ବୃତ୍ତି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି।
ସେହିପରି ଏହି ପରୀକ୍ଷା ୨୦୨୪ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ଅନ୍ଲାଇନରେ ଅନୁଷ୍ଠିତ ହେବ ଏବଂ ୨୦୨୪ ଅକ୍ଟୋବର ୬ ଏବଂ ୧୩ରେ ଅଫ୍ଲାଇନ ପରୀକ୍ଷା ଅନୁଷ୍ଠାନର ମନୋନୀତ କେନ୍ଦ୍ରରେ ଆୟୋଜିତ ହେବ ବୋଲି କୁହାଯାଇଛି। ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ବିକଳ୍ପରେ ଏହି ବୃତ୍ତି ପରୀକ୍ଷା ହେଉଥିବାରୁ ଏହା ସବୁ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ହେଉଛି।
ଅପରପକ୍ଷରେ ପିସିଏମ୍-ପିସିବି ଗ୍ରୁପ୍ ସମେତ ୬ ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଖୋଲା ରହିଛି, ଯାହା ବ୍ୟାପକ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,କୌଣସି ପରୀକ୍ଷା ପଞ୍ଜୀକରଣ ଶୁଳ୍କ ନାହିଁ, ଯାହା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଆର୍ଥତ୍କ ପ୍ରତିବନ୍ଧକ ଦୂର କରୁଛି। ଉଲ୍ଲେଖଯୋଗ୍ୟ, ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍ କମ୍ (କମନ) ଆଡମିସନ୍ ଟେଷ୍ଟର ଫଳାଫଳ ୨୦୨୪ ନଭେମ୍ବରରେ ପ୍ରକାଶ ପାଇବ।ଆକାଂକ୍ଷାରେ ବାଧା ସୃଷ୍ଟି କରିବ ନାହିଁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ।
The post ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା appeared first on Dharitri Odia News.