ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ

ଗାଜିଆବାଦ,୧୭ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ୪ ଜଣ ନାବାଳକ ଗଣବାଳାତ୍କାର କରିଥିବାର ମାମଲା ସାମ୍‌ନାକୁ ଆସିଛି। ସେଥିମଧ୍ୟରୁ ୩ ଜଣ ପୀଡ଼ିତାଙ୍କ ସ୍କୁଲରେ ପଢ଼ୁଥିବା ପୋଲିସ କହିଛି। ଗତ ରବିବାର ସହରର ହାଉସିଂ ସିଟିସ୍ଥିତ ନିଜ ଘରେ ପୀଡ଼ିତା ଜଣକ ଏକାକୀ ଥିବା ସମୟରେ ଏହି ଘଟଣା ଘଟିଥିଲା। ସେତେବେଳେ ପୀଡ଼ିତାଙ୍କ ମା’ ଘର କାମରେ ବଜାର ଯାଇଥିବା ପୋଲିସ କହିଛି। ଜଣେ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କର ଇନ୍‌ଷ୍ଟାଗ୍ରାମରେ ବନ୍ଧୁତା ଥିଲା। […] The post ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ appeared first on Dharitri Odia News.

ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ

ଗାଜିଆବାଦ,୧୭ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ୪ ଜଣ ନାବାଳକ ଗଣବାଳାତ୍କାର କରିଥିବାର ମାମଲା ସାମ୍‌ନାକୁ ଆସିଛି। ସେଥିମଧ୍ୟରୁ ୩ ଜଣ ପୀଡ଼ିତାଙ୍କ ସ୍କୁଲରେ ପଢ଼ୁଥିବା ପୋଲିସ କହିଛି। ଗତ ରବିବାର ସହରର ହାଉସିଂ ସିଟିସ୍ଥିତ ନିଜ ଘରେ ପୀଡ଼ିତା ଜଣକ ଏକାକୀ ଥିବା ସମୟରେ ଏହି ଘଟଣା ଘଟିଥିଲା। ସେତେବେଳେ ପୀଡ଼ିତାଙ୍କ ମା’ ଘର କାମରେ ବଜାର ଯାଇଥିବା ପୋଲିସ କହିଛି। ଜଣେ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କର ଇନ୍‌ଷ୍ଟାଗ୍ରାମରେ ବନ୍ଧୁତା ଥିଲା। ମା’ ବଜାରକୁ ଯିବା ପରେ ସେ ଉକ୍ତ ନାବାଳକଙ୍କୁ ଘରକୁ ଆସି ତାଙ୍କୁ ଦେଖା କରିବାକୁ କହିଥିଲେ। ଏହି ବାହାନାରେ ଅଭିଯୁକ୍ତ ନାବାଳକ ଏବଂ ତାଙ୍କ ୩ ବନ୍ଧୁ ପୀଡ଼ିତାଙ୍କ ଘରେ ଜବରଦସ୍ତ ପ୍ରବେଶକରି ତାଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି।

The post ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ appeared first on Dharitri Odia News.