ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି, କହିଲେ ଆମେ ବିକାଶର ସମର୍ଥନ କରୁଛୁ…

ନୂଆଦିଲ୍ଲୀ,୨।୮: ଭାରତ ଏବଂ ଭିଏତନାମ ଗୁରୁବାର ସେମାନଙ୍କର ରଣନୀତିକ ସମ୍ପର୍କ ବିସ୍ତାର କରିବାକୁ ଏକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଭାରତ ବିସ୍ତାରକୁ ନୁହେଁ, ବିକାଶକୁ ସମର୍ଥନ କରେ ବୋଲି ଜୋର ଦେଇଥିଲେ। ଏହି ଅଞ୍ଚଳରେ ଚାଇନା ସାମରିକ ଆଭିମୁଖ୍ୟକୁ ନେଇ ମୋଦିଙ୍କ ମନ୍ତବ୍ୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ […] The post ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି, କହିଲେ ଆମେ ବିକାଶର ସମର୍ଥନ କରୁଛୁ… appeared first on Dharitri Odia News.

ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି, କହିଲେ ଆମେ ବିକାଶର ସମର୍ଥନ କରୁଛୁ…

ନୂଆଦିଲ୍ଲୀ,୨।୮: ଭାରତ ଏବଂ ଭିଏତନାମ ଗୁରୁବାର ସେମାନଙ୍କର ରଣନୀତିକ ସମ୍ପର୍କ ବିସ୍ତାର କରିବାକୁ ଏକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଭାରତ ବିସ୍ତାରକୁ ନୁହେଁ, ବିକାଶକୁ ସମର୍ଥନ କରେ ବୋଲି ଜୋର ଦେଇଥିଲେ।
ଏହି ଅଞ୍ଚଳରେ ଚାଇନା ସାମରିକ ଆଭିମୁଖ୍ୟକୁ ନେଇ ମୋଦିଙ୍କ ମନ୍ତବ୍ୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନହଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ପକ୍ଷ ୬ଟି ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଉ ତିନୋଟି ଡକ୍ୟୁମେଣ୍ଟ ଚୂଡ଼ାନ୍ତ କରିଛନ୍ତି। ଦକ୍ଷିଣ-ପୂର୍ବ ଏସୀୟ ଦେଶର ସାମୁଦ୍ରିକ ସୁରକ୍ଷାକୁ ଦୃଢ କରିବା ପାଇଁ ଭିଏତନାମକୁ ଭାରତ ୩୦୦ ମିଲିୟନ ଆମେରିକୀୟ ଡଲାରର କ୍ରେଡିଟ ପ୍ରଦାନ କରିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଡିଜିଟାଲ ପେମେଣ୍ଟ କନେକ୍ଟିଭିଟି ଆରମ୍ଭ କରିବାକୁ ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚିନହ ତିନି ଦିନିଆ ଗସ୍ତରେ ମଙ୍ଗଳବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ସମ୍ପର୍କକୁ ଆହୁରି ଆଗକୁ ବଢାଇବା।
ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏକ ମୁକ୍ତ, ଖୋଲା, ନିୟମ ଭିତ୍ତିକ ତଥା ସମୃଦ୍ଧ ଇଣ୍ଡୋ-ପାସିଫିକ ପାଇଁ ଆମେ ଆମର ସହଯୋଗ ଜାରି ରଖିବୁ। ଆତଙ୍କବାଦ ଏବଂ ସାଇବର ସୁରକ୍ଷା ସମସ୍ୟାର ମୁକାବିଲା ପାଇଁ ଉଭୟ ପକ୍ଷ ସହଯୋଗକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

The post ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି, କହିଲେ ଆମେ ବିକାଶର ସମର୍ଥନ କରୁଛୁ… appeared first on Dharitri Odia News.