ଛତ୍ରବଜାରକୁ ବେପାର କରିବାକୁ ଆସି ହଟହଟା ହେଲେ ଚାଷୀ-ବ୍ୟବସାୟୀ, ଉଠାଇଦେଲା ପୋଲିସ
କଟକ: ଛତ୍ରବଜାରକୁ ବେପାର କରିବାକୁ ଆସି ହଟହଟା ହେଲେ ଚାଷୀ-ବ୍ୟବସାୟୀ । ବ୍ୟବସାୟ କଲାବେଳେ ଉଠାଇଦେଲା ପୋଲିସ ।ଫଳରେ ଚାଷୀଙ୍କ ଓ ବ୍ୟବସାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ। ସେପଟେ ପୋଲିସ କହିଛି ରାସ୍ତା ଉପରେ ବେପାର କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି। ଏଥିପାଇଁ ସେମାନଙ୍କୁ ଉଠାଯାଉଛି।ସୂଚନା ଅନୁଯାୟୀ, ଅର୍ବାନ ହାଟରେ ପିଣ୍ଡି ସଂଖ୍ୟା ଯଥେଷ୍ଟ ନଥିବାରୁ ପିଣ୍ଡି ପାଇନଥିବା କିଛି ଚାଷୀ ଓ ବ୍ୟବସାୟୀ ନିୟମିତ ଭାବେ ତାଳଦଣ୍ଡା ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି। ପୁଣି ଅମାବାସ୍ୟା ଦିନ ଅର୍ବାନ ହାଟ ବନ୍ଦ ରହିଥାଏ। ତେଣୁ କିଛି ଚାଷୀ ଓ ବ୍ୟବସାୟୀ ତାଳଦଣ୍ଡା କେନାଲ ରାସ୍ତାରେ ବସି ବ୍ୟବସାୟ କରିଥାନ୍ତି। ପ୍ରତିଦିନ କେନାଲ ରାସ୍ତା କଡ଼ରେ ପରିବା ବ୍ୟବସାୟ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଥିବା କହି ପୋଲିସ, ଚାଷୀ ଓ ବ୍ୟବସାୟୀଙ୍କୁ ଉଠାଇଦେଉଛି। ତାଳଦଣ୍ଡା କେନାଲ ରାସ୍ତା ଦେଇ ଓଏମପି ପଟୁ ଅନେକ ଆମ୍ବୁଲାନ୍ସ ଯାତାୟାତ କରୁଛି। ଏହା ସହ ଭିଆଇପି, ଭିଭିଆଇପିମାନଙ୍କ ପାଇଁ ଭିଡ଼ ହଟାଇବାକୁ ପଡୁଥିବା ପୋଲିସ କହିଛି। କିଛି କ୍ଷେତ୍ରରେ ଚାଷୀଙ୍କର ପରିବା ଜବତ କରି ଥାନାକୁ ନେଇଯାଉଛି ପୋଲିସ। ପୋଲିସକୁ ହାତଗୁଞ୍ଜା ଦେଇ ପରିବା ମୁକୁଳାଇଥିବା ମଧ୍ୟ କିଛି ଚାଷୀ ଅଭିଯୋଗ କରିଛନ୍ତି।ଏମିତିରେ କଟକରେ ଦ୍ବିତୀୟ ଅର୍ବାନ ହାଟ ସହ ସିଡିଏ ଓ ବାରବାଟୀ ଷ୍ଟାଡିୟମ୍ ଅଞ୍ଚଳରେ ପରିବା ହାଟ ପାଇଁ ସ୍ବତନ୍ତ୍ର ଭେଣ
କଟକ: ଛତ୍ରବଜାରକୁ ବେପାର କରିବାକୁ ଆସି ହଟହଟା ହେଲେ ଚାଷୀ-ବ୍ୟବସାୟୀ । ବ୍ୟବସାୟ କଲାବେଳେ ଉଠାଇଦେଲା ପୋଲିସ ।ଫଳରେ ଚାଷୀଙ୍କ ଓ ବ୍ୟବସାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ। ସେପଟେ ପୋଲିସ କହିଛି ରାସ୍ତା ଉପରେ ବେପାର କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି। ଏଥିପାଇଁ ସେମାନଙ୍କୁ ଉଠାଯାଉଛି।
ସୂଚନା ଅନୁଯାୟୀ, ଅର୍ବାନ ହାଟରେ ପିଣ୍ଡି ସଂଖ୍ୟା ଯଥେଷ୍ଟ ନଥିବାରୁ ପିଣ୍ଡି ପାଇନଥିବା କିଛି ଚାଷୀ ଓ ବ୍ୟବସାୟୀ ନିୟମିତ ଭାବେ ତାଳଦଣ୍ଡା ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି। ପୁଣି ଅମାବାସ୍ୟା ଦିନ ଅର୍ବାନ ହାଟ ବନ୍ଦ ରହିଥାଏ। ତେଣୁ କିଛି ଚାଷୀ ଓ ବ୍ୟବସାୟୀ ତାଳଦଣ୍ଡା କେନାଲ ରାସ୍ତାରେ ବସି ବ୍ୟବସାୟ କରିଥାନ୍ତି।
ପ୍ରତିଦିନ କେନାଲ ରାସ୍ତା କଡ଼ରେ ପରିବା ବ୍ୟବସାୟ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଥିବା କହି ପୋଲିସ, ଚାଷୀ ଓ ବ୍ୟବସାୟୀଙ୍କୁ ଉଠାଇଦେଉଛି। ତାଳଦଣ୍ଡା କେନାଲ ରାସ୍ତା ଦେଇ ଓଏମପି ପଟୁ ଅନେକ ଆମ୍ବୁଲାନ୍ସ ଯାତାୟାତ କରୁଛି। ଏହା ସହ ଭିଆଇପି, ଭିଭିଆଇପିମାନଙ୍କ ପାଇଁ ଭିଡ଼ ହଟାଇବାକୁ ପଡୁଥିବା ପୋଲିସ କହିଛି। କିଛି କ୍ଷେତ୍ରରେ ଚାଷୀଙ୍କର ପରିବା ଜବତ କରି ଥାନାକୁ ନେଇଯାଉଛି ପୋଲିସ। ପୋଲିସକୁ ହାତଗୁଞ୍ଜା ଦେଇ ପରିବା ମୁକୁଳାଇଥିବା ମଧ୍ୟ କିଛି ଚାଷୀ ଅଭିଯୋଗ କରିଛନ୍ତି।
ଏମିତିରେ କଟକରେ ଦ୍ବିତୀୟ ଅର୍ବାନ ହାଟ ସହ ସିଡିଏ ଓ ବାରବାଟୀ ଷ୍ଟାଡିୟମ୍ ଅଞ୍ଚଳରେ ପରିବା ହାଟ ପାଇଁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ ପାଇଁ ମଧ୍ୟ ଦାବି ଉଠିଥିବାବେଳେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦ୍ବିତୀୟ ଅର୍ବାନ ହାଟ ପ୍ରତିଷ୍ଠା କରାଯିବ ବୋଲି ମେୟର କହିଛନ୍ତି। ଯାହାକୁ ସ୍ବାଗତ କରିଛନ୍ତି ଚାଷୀ ଓ ବ୍ୟବସାୟୀ।