ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା: ଆଉ ନିର୍ବାଚନ ଲଢିବେନି
ଟୋକିଓ,୧୪।୮: ଜାପାନର ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଫୁମିଓ କିଶିଡା କହିଛନ୍ତି, ସେ ସେପ୍ଟେମ୍ବରରେ ଇସ୍ତଫା ଦେବେ। ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରି ଦେଇଛନ୍ତି। ଜାପାନର ସରକାରୀ ଟିଭି ଚ୍ୟାନେଲ ଏହା ନିଶ୍ଚିତ କରିଛି। ଶାସକ ଦଳର ଲିବରାଲ ଡେମୋକ୍ରାଟିକ (ଏଲ୍ଡିପି)ର ସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଫୁମିଓ କିଶିଡା ଘୋଷଣା କରିଛନ୍ତି। […] The post ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା: ଆଉ ନିର୍ବାଚନ ଲଢିବେନି appeared first on Dharitri Odia News.
ଟୋକିଓ,୧୪।୮: ଜାପାନର ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଫୁମିଓ କିଶିଡା କହିଛନ୍ତି, ସେ ସେପ୍ଟେମ୍ବରରେ ଇସ୍ତଫା ଦେବେ। ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରି ଦେଇଛନ୍ତି। ଜାପାନର ସରକାରୀ ଟିଭି ଚ୍ୟାନେଲ ଏହା ନିଶ୍ଚିତ କରିଛି।
ଶାସକ ଦଳର ଲିବରାଲ ଡେମୋକ୍ରାଟିକ (ଏଲ୍ଡିପି)ର ସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଫୁମିଓ କିଶିଡା ଘୋଷଣା କରିଛନ୍ତି। ଅକ୍ଟୋବର ୨୦୨୧ରେ ଫୁମିଓ କିଶିଡା ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। କିଶିଦା ୟୋସିହିଡେ ସୁଗାଙ୍କ ସ୍ଥାନ ନେଇଥିଲେ। ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ନିର୍ବାଚନ ଅନୁଷ୍ଠିତ ହେବ।
ବୁଧବାର କିଶିଦା କହିଛନ୍ତି,ସେ ଦଳର ସଭାପତି ଭାବରେ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସରେ ଏଲ୍ଡିପର ନୂତନ ନେତା ନିର୍ବାଚନ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ। କିଶିଦା ପ୍ରଧାନମନ୍ତ୍ରୀ ପଦ ଛାଡିବାର ମୁଖ୍ୟ କାରଣ ଦଳ ମଧ୍ୟରେ ବିବାଦ ବୋଲି କୁହାଯାଉଛି।
ନିର୍ବାଚନ ପୂର୍ବରୁ ଫୁମିଓ କିଶିଡା ଏହି ଘୋଷଣା କରିବା ଅତ୍ୟନ୍ତ ଚକିତକର ବିଷୟ। କୁହାଯାଉଛି କି କିଶିଦା ପ୍ରଧାନମନ୍ତ୍ରୀ ପଦ ଛାଡିବା ପଛର କାରଣ ହେଉଛି କିଶିଡା ସରକାର ବିରୋଧରେ କିଛି ଦଳର ନେତା ବିରୋଧ କରିଥିଲେ। କିଛି ଦଳର ନେତା ବିଶ୍ୱାସ କରନ୍ତି, କିଶିଦା ସରକାରଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନରେ ଜିତିବା କଷ୍ଟସାଧ୍ୟ, କାରଣ ଆଜିକାଲି ଜାପାନ ପାର୍ଟି ବିବାଦ ଘେରରେ ରହିଛି। ୟୁନିଫିକେସନ ଚର୍ଚ୍ଚ ସହିତ ଏହାର ଲିଙ୍କ ପ୍ରକାଶ ପାଇବା ଏବଂ ଡିସେମ୍ବରରେ ରାଜନୈତିକ ଅର୍ଥକୁ ନେଇ ବିବାଦ ଯୋଗୁ ଦଳ ବହୁ କ୍ଷତି ସହିଛି।
କିଶିଡାଙ୍କ କ୍ୟାବିନେଟର ଅନୁମୋଦନ ମୂଲ୍ୟାୟନ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି, ଏହା ମଧ୍ୟ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ। କିଶିଦାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଦଳର ଅନେକ ନେତାଙ୍କ ଦୁର୍ନୀତି ଏବଂ ଘୋଟାଲାରେ ଜଡିତ ହେବା ମଧ୍ୟ ସାମ୍ନାକୁ ଆସିଛି। ଏଥିପାଇଁ ତାଙ୍କର ଲୋକପ୍ରିୟତା ୨୦ ପ୍ରତିଶତରୁ କମ ହୋଇଯାଇଛି।
The post ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା: ଆଉ ନିର୍ବାଚନ ଲଢିବେନି appeared first on Dharitri Odia News.