ନୂଆ ଜିଲ୍ଲା ଗଠନ ଉପରେ ହାଇକୋର୍ଟଙ୍କ ରୋକ
ଭୁବନେଶ୍ବର: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତି । ତେବେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରିବେ । ହାଇକୋର୍ଟଙ୍କ ଶୀତକାଳୀନ […]

ଭୁବନେଶ୍ବର: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତି । ତେବେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରିବେ । ହାଇକୋର୍ଟଙ୍କ ଶୀତକାଳୀନ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ରାଇରଙ୍ଗପୁରକୁ ନୂଆ ଜିଲ୍ଲା ଘୋଷଣା ଦାବି କରି ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି । ରାଇରଙ୍ଗପୁର ଏବଂ କରଞ୍ଜିଆ ସବ୍-ଡିଭିଜିନକୁ ନେଇ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରିବାକୁ ଆବେଦନକାରୀ ଦାବି କରିଥିଲେ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି I ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅକ୍ଷୟ କୁମାର ମହାନ୍ତି ଏହି ମାମଲା ରୁଜୁ କରିଥିଲେ।