ସମସ୍ତ ଜିଲ୍ଲାପାଳ ଓ ଆରଡିସି ଙ୍କ ଛୁଟି ବାତିଲ,ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର : ଘନଉଛି ଭାରତ-ପାକ୍ ଯୁଦ୍ଧ। ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏହି ପରିସ୍ଥିତିରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ। ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଏହି ସମୟରେ କୌଣସି ଛୁଟି ମଞ୍ଜୁର ହେବ ନାହିଁ । ଏନେଇ7 ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ […]

ସମସ୍ତ ଜିଲ୍ଲାପାଳ ଓ ଆରଡିସି ଙ୍କ ଛୁଟି ବାତିଲ,ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି
ସମସ୍ତ ଜିଲ୍ଲାପାଳ ଓ ଆରଡିସି ଙ୍କ ଛୁଟି ବାତିଲ,ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର : ଘନଉଛି ଭାରତ-ପାକ୍ ଯୁଦ୍ଧ। ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏହି ପରିସ୍ଥିତିରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ। ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଏହି ସମୟରେ କୌଣସି ଛୁଟି ମଞ୍ଜୁର ହେବ ନାହିଁ । ଏନେଇ7 ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଚିଠି କରଯାଇଛି।

ସେହିପରି ରାଜ୍ୟର ସମସ୍ତ ଆଇପିଏସ ଙ୍କ ମଧ୍ୟ ଛୁଟି ବାତିଲ କରିଛନ୍ତି ସରକାର। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ରହିଛି । ଛୁଟିରେ ଥିଲେ ତୁରନ୍ତ ହେଡକ୍ଵାଟରକୁ ଫେରିବେ। ଏପରିକି ଟ୍ରେନିଂରେ ଥିଲେ ଯୋଗ ଦେବାକୁ ବାଧ୍ୟ। ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଅଫିସରଙ୍କୁ ଛୁଟି ଦିଆଯିବ ନାହିଁ।

ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ହୀରାକୁଦରେ ବ୍ଲାକଆଉଟ୍ ଘୋଷଣା ହୋଇଛି। ପାରାଦୀପ ସମେତ ସବୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି। କ୍ଷେପଣାସ୍ତ୍ର ଘାଟୀ ସହ ପୁରୀରେ ବି ସୁରକ୍ଷା କଡ଼ାକଡ଼ି କରାଯାଇଛି। ସବୁ ଦିଗ ପ୍ରତି ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।