ସୁଧୁରିଲା ଦିଲ୍ଲୀ-NCRର ଜଳବାୟୁ, ସୁପ୍ରିମକୋର୍ଟ ହଟାଇଲେ GRAP-IV
ନୂଆଦିଲ୍ଲୀ ୫।୧୨: ଗତ କିଛିମାସ ହେଲା ବିପଦଜନକ ସ୍ତରକୁ ପହଞ୍ଚିଥିବା ଦିଲ୍ଲୀ ଓ ଏନସିଆରର ଜଳବାୟୁରେ ପରିବର୍ତ୍ତନ ଆସିଛି। ଏଣୁ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀରେ ଜାରି ଗ୍ରେଡେଡ ରେସ୍ପନସ ଆକ୍ସନ ପ୍ଲାନ(ଜିଆରଏପି)-୪ କଟକଣା ପ୍ରତ୍ୟାହାର କରିଛନ୍ତି ଓ ବାୟୁମାନ ପରିଚାଳନା ଆୟୋଗ (ସିଏକ୍ୟୁଏମ)କୁ ଜିଆରଏପି-୨ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ନଭେମ୍ବର ୧୮ ତାରିଖରେ ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ ନିରୋଧୀ ଜିଆରଏପି-୪ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ସିଏକ୍ୟୁଏମ ଜିଆରଏପି-୨ କଟକଣାରେ ୩ର କିଛି ଅତିରିକ୍ତ ଉପାୟ ସଂଯୁକ୍ତ କରି କଟକଣା ଜାରି କରିବାକୁ ପରାମର୍ଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ଯଦି ଏୟାର କ୍ୱାଲିଟି ସୂଚକାଙ୍କ ୩୫୦ ପଏଣ୍ଟ ପାରିହୋଇଗଲା ତେବେ ତୃତୀୟ ପର୍ଯ୍ୟୟ କଟକଣା ଲାଗୁ କରାଯିବ। ଯଦି ଏକ୍ୟୁଆଇ ୪୦୦ ପାର ହେଲା ପୁଣି ଜିଆରଏପି-୪ କଟକଣା ଲାଗୁ ହେବ। ଶୀର୍ଷନ୍ୟାୟାଳୟ କହିଛନ୍ତି ଯେ ଗତ ୪ ଦିନ ହେଲା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଏକ୍ୟୁଆଇ ୩୦୦ରୁ ଉପରକୁ ଯାଇ ନାହିଁ। ଜାତୀୟ ରାଜଧାନୀରେ ପବନର ଦିଗ ବଦଳିବା ଓ ଦ୍ରୁତ ବାୟୁ ପ୍ରବାହ ହେବା ଯୋଗୁ ଏୟାର କ୍ୱାଲିଟି ମଧ୍ୟମ ଶ୍ରେଣୀକୁ ପହଞ୍ଚିଛି। ଲୋକେ ଦୀର୍ଘ ସମୟ ପରେ ଶୁଦ୍ଧ ବାୟୁରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସମର୍
ନୂଆଦିଲ୍ଲୀ ୫।୧୨: ଗତ କିଛିମାସ ହେଲା ବିପଦଜନକ ସ୍ତରକୁ ପହଞ୍ଚିଥିବା ଦିଲ୍ଲୀ ଓ ଏନସିଆରର ଜଳବାୟୁରେ ପରିବର୍ତ୍ତନ ଆସିଛି। ଏଣୁ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀରେ ଜାରି ଗ୍ରେଡେଡ ରେସ୍ପନସ ଆକ୍ସନ ପ୍ଲାନ(ଜିଆରଏପି)-୪ କଟକଣା ପ୍ରତ୍ୟାହାର କରିଛନ୍ତି ଓ ବାୟୁମାନ ପରିଚାଳନା ଆୟୋଗ (ସିଏକ୍ୟୁଏମ)କୁ ଜିଆରଏପି-୨ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ନଭେମ୍ବର ୧୮ ତାରିଖରେ ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ ନିରୋଧୀ ଜିଆରଏପି-୪ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ସିଏକ୍ୟୁଏମ ଜିଆରଏପି-୨ କଟକଣାରେ ୩ର କିଛି ଅତିରିକ୍ତ ଉପାୟ ସଂଯୁକ୍ତ କରି କଟକଣା ଜାରି କରିବାକୁ ପରାମର୍ଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ଯଦି ଏୟାର କ୍ୱାଲିଟି ସୂଚକାଙ୍କ ୩୫୦ ପଏଣ୍ଟ ପାରିହୋଇଗଲା ତେବେ ତୃତୀୟ ପର୍ଯ୍ୟୟ କଟକଣା ଲାଗୁ କରାଯିବ। ଯଦି ଏକ୍ୟୁଆଇ ୪୦୦ ପାର ହେଲା ପୁଣି ଜିଆରଏପି-୪ କଟକଣା ଲାଗୁ ହେବ।
ଶୀର୍ଷନ୍ୟାୟାଳୟ କହିଛନ୍ତି ଯେ ଗତ ୪ ଦିନ ହେଲା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଏକ୍ୟୁଆଇ ୩୦୦ରୁ ଉପରକୁ ଯାଇ ନାହିଁ। ଜାତୀୟ ରାଜଧାନୀରେ ପବନର ଦିଗ ବଦଳିବା ଓ ଦ୍ରୁତ ବାୟୁ ପ୍ରବାହ ହେବା ଯୋଗୁ ଏୟାର କ୍ୱାଲିଟି ମଧ୍ୟମ ଶ୍ରେଣୀକୁ ପହଞ୍ଚିଛି। ଲୋକେ ଦୀର୍ଘ ସମୟ ପରେ ଶୁଦ୍ଧ ବାୟୁରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସମର୍ଥ ହୋଇଛନ୍ତି। ଏୟାର କ୍ୱାଲିଟି ସୁଧୁରିଥିବା ବେଳେ ଆକାଶ ମଧ୍ୟ ସଫା ହୋଇଯାଇଛି। ଫଳରେ ଲୋକଙ୍କୁ ପାଖାପାଖି ୨ ମାସ ପରେ ପ୍ରଦୂଷିତ ବାୟୁରୁ ରକ୍ଷା ମିଳିଛି।
ବୁଧବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଅନୁସାରେ ଏୟାର କ୍ୱାଲିଟି ସୂଚକାଙ୍କ ୧୭୮ ଥିଲା। ଏହା ମଙ୍ଗଳବାର ତୁଳନାରେ ପାଖାପାଖି ୧୦୦ ପଏଣ୍ଟ କମ। ଏହା ପୂର୍ବରୁ ଅକ୍ଟୋବର ୧୦ ତାରିଖ ଦିନ ଦିଲ୍ଲୀ ଏନସିଆରର ଏୟାର କ୍ୱାଲିଟି ୧୬୪ ରେକର୍ଡ କରାଯାଇଥିଲା। ତେବେ ଏହା ପରେ ଜାତୀୟ ରାଜଧାନୀକୁ ଶୀତ ଋତୁ ପ୍ରବେଶ କରିଥିବା ବେଳେ ବାୟୁର ମାନ ବିଗିଡିବାରେ ଲାଗିଥିଲା।