ଜଳିଗଲା ୭୦ ଲକ୍ଷ ଟଙ୍କାର ଶାଢି: ହୁ ହୁ ହୋଇ ମାଡ଼ିଗଲା ନିଆଁ
ଉଦଳା,୨।୮(ସନ୍ତୋଷ କୁମାର ବାଛିନି): ଆଙ୍କର-ବିଳମ୍ବିତ ରାତିରେ ଦୋକାନରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଦୋକାନ ଘର, ପୋଡି ଜଳି ନଷ୍ଟ ହୋଇଗଲା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଶାଢି ସହିତ ଅନ୍ୟ ସାମଗ୍ରୀ। ୩ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ। ଉଦଳା ମାର୍କେଟ ମଝିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ମାର୍କେଟରେ ଥିବା ଶାଢି ମହଲରେ ଅଚାନକ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଦୋକାନ ଭିତରେ ନିଆଁ ଲାଗିବା […] The post ଜଳିଗଲା ୭୦ ଲକ୍ଷ ଟଙ୍କାର ଶାଢି: ହୁ ହୁ ହୋଇ ମାଡ଼ିଗଲା ନିଆଁ appeared first on Dharitri Odia News.
ଉଦଳା,୨।୮(ସନ୍ତୋଷ କୁମାର ବାଛିନି): ଆଙ୍କର-ବିଳମ୍ବିତ ରାତିରେ ଦୋକାନରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଦୋକାନ ଘର, ପୋଡି ଜଳି ନଷ୍ଟ ହୋଇଗଲା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଶାଢି ସହିତ ଅନ୍ୟ ସାମଗ୍ରୀ। ୩ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ। ଉଦଳା ମାର୍କେଟ ମଝିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ମାର୍କେଟରେ ଥିବା ଶାଢି ମହଲରେ ଅଚାନକ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା।
ଦୋକାନ ଭିତରେ ନିଆଁ ଲାଗିବା ପରେ ସଟର ଦେଇ ଧୂଆଁ ବାହାରିବାରୁ ରାତ୍ର ଜଗୁଆଳି ଏହା ଦେଖି ଦୋକାନ ମାଲିକଙ୍କୁ ଫୋନ କରିବା ସହିତ ଦମକଳ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଉଦଳା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିପାରିଥିଲା। ହେଲେ ସେତେବେଳକୁ ଦୋକାନରେ ଥିବା ଶାଢି, ପାଟ ଶାଢି, ସୁଟିଙ୍ଗ ସାର୍ଟିଙ୍ଗ ସାମଗ୍ରୀ ସବୁ ଜଳି ପୋଡି ନଷ୍ଟ ହୋଇଯାଇଥିଲା। ୭୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ବେଳେ ସର୍ଟ ସର୍କିଟକୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।
The post ଜଳିଗଲା ୭୦ ଲକ୍ଷ ଟଙ୍କାର ଶାଢି: ହୁ ହୁ ହୋଇ ମାଡ଼ିଗଲା ନିଆଁ appeared first on Dharitri Odia News.