ହରିୟାଣା ବିଧାନସଭା ନିର୍ବାଚନ: ଜାରି ହେଲା AAPର ଚତୁର୍ଥ ପ୍ରାର୍ଥୀତାଲିକା, ଅଛନ୍ତି ୨୧ଜଣ ପ୍ରାର୍ଥୀ

ଚଣ୍ଡିଗଡ଼ ୧୧।୯: ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆମ ଆଦମୀ ପାର୍ଟି (ଆପ) ବୁଧବାର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି।  ଏଥିରେ ୨୧ଜଣ ପ୍ରାର୍ଥୀଙ୍କ ନାମ ଥିବା ବେଳେ ୯୦ଟି ଆସନରୁ ଏପର୍ଯ୍ୟନ୍ତ ଆପ ୬୧ଟିରେ ପ୍ରାର୍ଥୀ ଦେଇଛି। ଏଥିରେ ଜୁଲାନାରୁ କଂଗ୍ରେସର ଭିନେଶ ଫୋଗଟଙ୍କ ବିପକ୍ଷରେ ଆପ କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ପକ୍ଷରୁ ୟୋଗେଶ ବୈରାଗୀ ନିର୍ବାଚନ ଲଢୁଛନ୍ତି। ଆପ ପୂର୍ବତନ ମନ୍ତ୍ରୀ ଛତ୍ରପାଲ ସିଂହଙ୍କୁ ବରଭାଲାରୁ ପ୍ରାର୍ଥୀ କରିଛି। ଛତ୍ରପାଲ ଦିନକ ପୂର୍ବରୁ ବିଜେପି ଛାଡି ଆପରେ ଯୋଗ ଦେଇଥିଲେ।  आम आदमी पार्टी की चौथी सूची में आये सभी प्रत्याशियों को हार्दिक शुभकामनाएं। pic.twitter.com/ahvkFMmE11— Dr Sushil Gupta (@DrSushilKrGupta) September 11, 2024ବିଧାନସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ଉଦ୍ୟମ ବିଫଳ ହେବା ପରେ ଆପ ଗତ ସୋମବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ସେତେବେଳେ ଆପ ହରିୟାଣାର ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲା। ଯଦିଓ ଆପ ଇଣ୍ଡିଆ ମେଣ୍ଟର ସଦସ୍ୟ ପାର୍ଟି ତେବେ ଏହି ମେଣ୍ଟ କେବଳ ଜାତୀୟସ୍ତରରେ ବୋଲି ଆପ ପ୍ରଦେଶ ସଭାପତି ସୁଶୀଲ ଗୁପ୍ତା କହିଥିଲେ। ଆପ ଅମ୍ବାଲା କ୍ୟାଣ୍ଟ ସିଟ୍‌ରେ ରାଜକୌର ଗିଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ନିଶାନ୍ତ ଆନନ୍ଦ ଗୁରୁଗ୍ରାମରୁ ନିର୍ବାଚନ ଲଢିବେ।

ହରିୟାଣା ବିଧାନସଭା ନିର୍ବାଚନ: ଜାରି ହେଲା AAPର ଚତୁର୍ଥ ପ୍ରାର୍ଥୀତାଲିକା, ଅଛନ୍ତି ୨୧ଜଣ ପ୍ରାର୍ଥୀ

ଚଣ୍ଡିଗଡ଼ ୧୧।୯: ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆମ ଆଦମୀ ପାର୍ଟି (ଆପ) ବୁଧବାର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି।  ଏଥିରେ ୨୧ଜଣ ପ୍ରାର୍ଥୀଙ୍କ ନାମ ଥିବା ବେଳେ ୯୦ଟି ଆସନରୁ ଏପର୍ଯ୍ୟନ୍ତ ଆପ ୬୧ଟିରେ ପ୍ରାର୍ଥୀ ଦେଇଛି। ଏଥିରେ ଜୁଲାନାରୁ କଂଗ୍ରେସର ଭିନେଶ ଫୋଗଟଙ୍କ ବିପକ୍ଷରେ ଆପ କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ପକ୍ଷରୁ ୟୋଗେଶ ବୈରାଗୀ ନିର୍ବାଚନ ଲଢୁଛନ୍ତି। ଆପ ପୂର୍ବତନ ମନ୍ତ୍ରୀ ଛତ୍ରପାଲ ସିଂହଙ୍କୁ ବରଭାଲାରୁ ପ୍ରାର୍ଥୀ କରିଛି। ଛତ୍ରପାଲ ଦିନକ ପୂର୍ବରୁ ବିଜେପି ଛାଡି ଆପରେ ଯୋଗ ଦେଇଥିଲେ।  


ବିଧାନସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ଉଦ୍ୟମ ବିଫଳ ହେବା ପରେ ଆପ ଗତ ସୋମବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ସେତେବେଳେ ଆପ ହରିୟାଣାର ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲା। ଯଦିଓ ଆପ ଇଣ୍ଡିଆ ମେଣ୍ଟର ସଦସ୍ୟ ପାର୍ଟି ତେବେ ଏହି ମେଣ୍ଟ କେବଳ ଜାତୀୟସ୍ତରରେ ବୋଲି ଆପ ପ୍ରଦେଶ ସଭାପତି ସୁଶୀଲ ଗୁପ୍ତା କହିଥିଲେ। ଆପ ଅମ୍ବାଲା କ୍ୟାଣ୍ଟ ସିଟ୍‌ରେ ରାଜକୌର ଗିଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ନିଶାନ୍ତ ଆନନ୍ଦ ଗୁରୁଗ୍ରାମରୁ ନିର୍ବାଚନ ଲଢିବେ। 



ଅରବିନ୍ଦ କେଜରିୱାଲଙ୍କ ପାର୍ଟି ଏ ପର୍ଯ୍ୟନ୍ତ ୯୦ଟି ଆସନରୁ ୬୪ଟି ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୧୨ ସେପ୍ଟେମ୍ବର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। କଂଗ୍ରେସ ଓ ଆପ ଦିଲ୍ଲୀରେ ମିଳିତ ଲୋକସଭା ନିର୍ବାଚନ ଲଢିଥିଲେ ହେଲେ ଉଭୟ ଦଳ ପଞ୍ଜାବରେ ଅଲଗା ଅଲଗା ଲଢିଛନ୍ତି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ହରିୟାଣାରେ ଗୋଟିଏ ଆସନ ଦେଇଥିଲା। ଏହା ପୂର୍ବରୁ ୨୦୧୯ ମସିହାରେ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ଆପ ୪୬ଟି ଆସନରେ ନିର୍ବାଚନ ଲଢିଥିଲା। ତେବେ ଗୋଟିଏବି ଆସନ ହାତେଇ ପାରିନଥିଲା।