ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି. କାର୍ତ୍ତିିକେଶ୍ୱର ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ମଙ୍ଗଳବାର ରାତି ସାଢ଼େ ୮ଟାରେ ତାଙ୍କୁ ଗିରଫ କରାଯାଇଥିଲା। କେସ୍ ନଂ.୪୭୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ରାତି ପ୍ରାୟ […] The post ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.
ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି. କାର୍ତ୍ତିିକେଶ୍ୱର ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ମଙ୍ଗଳବାର ରାତି ସାଢ଼େ ୮ଟାରେ ତାଙ୍କୁ ଗିରଫ କରାଯାଇଥିଲା। କେସ୍ ନଂ.୪୭୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ରାତି ପ୍ରାୟ ସାଢ଼େ ୮ ଟାରେ ଜି.ବଂଶୀ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମର ହନୁମାନ ମନ୍ଦିର ସମ୍ମୁଖରେ କାର୍ତ୍ତିକଙ୍କ ସମେତ ଅନ୍ୟ ୮ ଜଣ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ବିଭିନ୍ନ ମାରଣାସ୍ତ୍ରରେ ଘାତକ ଆକ୍ରମଣ କରିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମର ଏମ୍ଜିଏନ୍ଆର୍ଜିଏସ୍ ଯୋଜନାରେ ରାସ୍ତାକାମକୁ ନେଇ ଘଟଣା ଦିନ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା। ପରେ ଗୋଟିଏ ଗୋଷ୍ଠୀ ଗାଁକୁ ଫେରି ବଂଶୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ବୋଲି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
The post ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.