ବୁଡୁଥିବା କମ୍ପାନୀର ଧରିଲେ କମାଣ, କଲେ ୨ହଜାର କୋଟିର ବିଜନେସ୍

ନୂଆଦିଲ୍ଲୀ ୧୦।୦୪: ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ସେ ଯେତିକି ଚର୍ଚ୍ଚିତ, ତାଙ୍କ ସହ ଜଡିତ ତାଙ୍କ ପରିବାର ମଧ୍ୟ ସେତିକି ଲୋକପ୍ରିୟ । ଏହି ପରିବାର କିଛି ନା କିଛି କାରଣରୁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଖାସ୍ କରି ଅମ୍ବାନୀ ପରିବାରର ଯୁବବର୍ଗଙ୍କ ବିଷୟରେ ଅନେକ ଜାଣିବାକୁ ଚାହାନ୍ତି । ବର୍ତ୍ତମାନ ଅମ୍ବାନୀ ପରିବାରର ଯୁବପିଢୀ ନେତୃତ୍ବ ସମ୍ଭାଳିବାକୁ ତେୟାର ହେଉଛନ୍ତି । ମୁକେଶ ଅମ୍ବାନୀଙ୍କ ୨ପୁଅ ଦୁନିଆରେ ଖୁବ୍‌ ପରିଚିତ । କିନ୍ତୁ ଅନିଲ୍‌ ଅମ୍ବାନୀଙ୍କ ପୁଅ ବିଷୟରେ ଅନେକ ଜାଣିନଥିବେ । ଅମ୍ବାନୀ ପରିବାର ସୁପୁତ୍ର ହେଉଛନ୍ତି ଜୟ୍‌ ଅନମୋଲ୍‌ ଅମ୍ବାନୀ । ଅନମୋଲ୍‌ ଅନୀଲ ଓ ଟିନା ଅମ୍ବାନୀଙ୍କ ବଡ ପୁଅ । ଜୟ ଅନମୋଲ୍‌ ଲାଇମଲାଇଟ୍‌ଠାରୁ ଦୂରେଇ ରହି ନିଜ ପିତାଙ୍କର ହଜିଯାଇଥିବା ବିଜନେସ୍‌ ସାମ୍ରାଜ୍ୟକୁ ସମ୍ପାଳୁଛନ୍ତି । ସେ ନିଜର ପରିଶ୍ରମ ବଳରେ ଠିଆ କରିଛନ୍ତି ୨ହଜାର କୋଟିର ବିଜନେସ୍ । ଅନିଲ୍‌ଙ୍କର ସୁନା ପୁଅ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ବ । ସେ ମୁମ୍ବାଇର ପ୍ରତିଷ୍ଠିତ କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରେ ପାଠପଢା ସାରିଛନ୍ତି । ଅଧିକ ପଢିବା ପାଇଁ ସେ ବ୍ରିଟେନ ଚାଲିଯାଇଥିଲେ । ସେଠାରେ ସେ ସେଭେନ ଓକ୍ସ ସ୍କୁଲରେ ପଢିଥିଲେ । ଏହାପରେ ସେ ବ୍ରିଟେନ୍‌ର ବାରବିକ୍‌ ବିଜନେସ୍‌ ସ୍କୁଲ୍‌ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଜୟ ଅନମୋଲ ମାତ୍ର ୧୮ ବର୍ଷ ବୟସରେ ରିଲାଏନ୍ସ ମ୍ୟୁଚୁଆ

ବୁଡୁଥିବା କମ୍ପାନୀର ଧରିଲେ କମାଣ, କଲେ ୨ହଜାର କୋଟିର ବିଜନେସ୍

ନୂଆଦିଲ୍ଲୀ ୧୦।୦୪: ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ସେ ଯେତିକି ଚର୍ଚ୍ଚିତ, ତାଙ୍କ ସହ ଜଡିତ ତାଙ୍କ ପରିବାର ମଧ୍ୟ ସେତିକି ଲୋକପ୍ରିୟ । ଏହି ପରିବାର କିଛି ନା କିଛି କାରଣରୁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଖାସ୍ କରି ଅମ୍ବାନୀ ପରିବାରର ଯୁବବର୍ଗଙ୍କ ବିଷୟରେ ଅନେକ ଜାଣିବାକୁ ଚାହାନ୍ତି । ବର୍ତ୍ତମାନ ଅମ୍ବାନୀ ପରିବାରର ଯୁବପିଢୀ ନେତୃତ୍ବ ସମ୍ଭାଳିବାକୁ ତେୟାର ହେଉଛନ୍ତି ।

 ମୁକେଶ ଅମ୍ବାନୀଙ୍କ ୨ପୁଅ ଦୁନିଆରେ ଖୁବ୍‌ ପରିଚିତ । କିନ୍ତୁ ଅନିଲ୍‌ ଅମ୍ବାନୀଙ୍କ ପୁଅ ବିଷୟରେ ଅନେକ ଜାଣିନଥିବେ । ଅମ୍ବାନୀ ପରିବାର ସୁପୁତ୍ର ହେଉଛନ୍ତି ଜୟ୍‌ ଅନମୋଲ୍‌ ଅମ୍ବାନୀ । ଅନମୋଲ୍‌ ଅନୀଲ ଓ ଟିନା ଅମ୍ବାନୀଙ୍କ ବଡ ପୁଅ । ଜୟ ଅନମୋଲ୍‌ ଲାଇମଲାଇଟ୍‌ଠାରୁ ଦୂରେଇ ରହି ନିଜ ପିତାଙ୍କର ହଜିଯାଇଥିବା ବିଜନେସ୍‌ ସାମ୍ରାଜ୍ୟକୁ ସମ୍ପାଳୁଛନ୍ତି । ସେ ନିଜର ପରିଶ୍ରମ ବଳରେ ଠିଆ କରିଛନ୍ତି ୨ହଜାର କୋଟିର ବିଜନେସ୍ । 

ଅନିଲ୍‌ଙ୍କର ସୁନା ପୁଅ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ବ । ସେ ମୁମ୍ବାଇର ପ୍ରତିଷ୍ଠିତ କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରେ ପାଠପଢା ସାରିଛନ୍ତି । ଅଧିକ ପଢିବା ପାଇଁ ସେ ବ୍ରିଟେନ ଚାଲିଯାଇଥିଲେ । ସେଠାରେ ସେ ସେଭେନ ଓକ୍ସ ସ୍କୁଲରେ ପଢିଥିଲେ । ଏହାପରେ ସେ ବ୍ରିଟେନ୍‌ର ବାରବିକ୍‌ ବିଜନେସ୍‌ ସ୍କୁଲ୍‌ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଜୟ ଅନମୋଲ ମାତ୍ର ୧୮ ବର୍ଷ ବୟସରେ ରିଲାଏନ୍ସ ମ୍ୟୁଚୁଆଲ୍ ଫଣ୍ଡରେ ଇଣ୍ଟର୍ନ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । 

୨୦୧୪ରେ ସେ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ଧୀରେ ଧୀରେ ଆଗକୁ ବଢିବା ଆରମ୍ଭ କଲେ । ଏହାପରେ ସେ ରିଲାଏନ୍ସ ନିପନ୍ ଆସେଟ୍ ମ୍ୟାନେଜମେଣ୍ଟ ଏବଂ ରିଲାଏନ୍ସ ହୋମ ଫାଇନାନ୍ସରେ ବୋର୍ଡ ସଦସ୍ୟ ହୋଇଥିଲେ । ଏହି ସମୟରେ ପିତାଙ୍କ ଦ୍ବାରା ଗଠିତ ଅନିଲ ଧୀରଭାଇ ଅମ୍ବାନୀ ଗ୍ରୁପ୍ ଘାଟାରେ ଚାଲିବା ସହ ଋଣ ତଳେ ବୁଡି ରହିଥିଲା । ଆଉ କମ୍ପାନୀର କମାଣ ଧରିଥିଲେ ଜୟ ଅନମୋଲ । ଜାପାନ କମ୍ପାନୀ ନିପନ୍ଙ୍କୁ ରିଲାଏନ୍ସରେ ଅଂଶଧନ ବଢାଇବାକୁ ମନାଇଥିଲେ । 

ଏହାସହିତ ରିଲାଏନ୍ସ ଲାଇଫ ଇନସୁରାନ୍ସ ଏବଂ ରିଲାଏନ୍ସ କ୍ୟାପିଟାଲ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକ ଜନ୍ମ ନେଇଥିଲା । ଏହି ନିଷ୍ପତ୍ତି ଜୟ ଅନମୋଲଙ୍କ କାରବାରକୁ ୨ହଜାର କୋଟିରୁ ଅଧିକ ସମ୍ପତ୍ତିରେ ପହଞ୍ଚାଇଛି । ୨୦୨୨ରେ ଅନମୋଲ୍‌ କ୍ରିଷ୍ଣା ଶାହାଙ୍କୁ ବିବାହ କରିଥିଲେ । କ୍ରିଷ୍ଣା ଶାହା ନିକୁଞ୍ଜ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌ର ପୂର୍ବତନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସ୍ୱର୍ଗତ ନିକୁଞ୍ଜ ଶାହାଙ୍କ ଝିଅ। 

ଏହାବ୍ୟତୀତ କ୍ରିଷ୍ଣା ସୋସିଆଲ୍ ନେଟୱାର୍କିଂ କମ୍ପାନୀ ଡିସକୋର ପ୍ରତିଷ୍ଠାତା ତଥା ନିର୍ମାତା । ଜୟ ଅନମୋଲ୍‌ ୩.୩ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ ଅଟନ୍ତି । ଲଗଜୁରୀ କାର୍‌ର ସଉକ୍‌ ରଖନ୍ତି ଜୟ । ତାଙ୍କ ପାଖରେ ରୋଲ୍ସ-ରୋଏସ୍ ଫେଣ୍ଟମ୍ ଏବଂ ଲମ୍ବୋର୍ଗିନି ଗୋଲାର୍ଡୋ ପରି ଅନେକ ଲଗଜୁରୀ ଗାଡି ରହିଛି । କୁହାଯାଉଛି କି ଏହି ଯୁବ ବ୍ୟବସାୟୀଙ୍କର ନିଜର ଜେଟ୍ ଏବଂ ହେଲିକପ୍ଟର ରହିଛି । ଯାହାର ବ୍ୟବହାର ସେ ପ୍ରାୟତଃ ବ୍ୟବସାୟିକ ଯାତ୍ରା ପାଇଁ ବ୍ୟବହାର କରିଥାନ୍ତି ।