ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଥାନା କର୍ମଚାରୀ ଏବଂ ଅଧିକାରୀଙ୍କୁ ନବ ଦାସ ହତ୍ୟା ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି। ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବିମାନବନ୍ଦରରେ ଖୋଳତାଡ଼ ଆରମ୍ଭ କରିଛି। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ବିମାନ […] The post ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା appeared first on Dharitri Odia News.

ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଥାନା କର୍ମଚାରୀ ଏବଂ ଅଧିକାରୀଙ୍କୁ ନବ ଦାସ ହତ୍ୟା ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି।

ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବିମାନବନ୍ଦରରେ ଖୋଳତାଡ଼ ଆରମ୍ଭ କରିଛି। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ନବ ଦାସଙ୍କୁ ଏୟାର ଲିଫ୍ଟ କରିବା ସମୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଛି। ଏପରିକି ବିମାନ ବନ୍ଦର ଅଧିକାରୀଙ୍କ ବୟାନ ରେକର୍ଡ କରିଛି।

ନବଙ୍କୁ ଗୁଳିବିଦ୍ଧ ହେବା ପରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଅଣାଯାଇଥିଲା ଏବଂ ଏଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ତେବେ ନବଙ୍କୁ ଗୁଳିକାଣ୍ଡ ଦିନ ତାଙ୍କୁ ଏୟାର ଲିଫ୍ଟ କରିବା ପାଇଁ ଆସିଥିବା ଏୟାର ଆମ୍ବୁଲାନ୍ସର ଲ୍ୟାଣ୍ଡିଂ, ଡିପାର୍ଚର ସମୟର ତଥ୍ୟ ସହ ସେଦିନ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପ୍ରାୟ ୩ଘଣ୍ଟା ଧରି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ବିମାନ ବନ୍ଦର ନିର୍ଦ୍ଦେଶକ, ଚିଫ୍‌ ଏୟାର ପୋର୍ଟ ସିକ୍ୟୁରିଟି ଅଫିସର, ଟର୍ମିନାଲ ମ୍ୟାନେଜରଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ଧାରା୧୬୧ରେ ବୟାନ ରେକର୍ଡ କରାଯାଇଛି। ସେଠାରୁ କିଛି ଆବଶ୍ୟକ କାଗଜାତ ପତ୍ର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ର ହସ୍ତଗତ ହୋଇଛି।

The post ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା appeared first on Dharitri Odia News.