ଜାଡ଼ ଜଡ଼ସଡ଼ ଜନଜୀବନ: ସାରା ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ, ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା
କନକବ୍ୟୁରୋ : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏ ଲାଗି ରହିବ ଶୀତ ଲହରୀ । ଏନେଇ କୋଲଡ ୱେଭ ଚେତାବନୀ ଜାରି ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୀତ ଲହରି ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡକୁ କୋଲଡ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆହୁରି ଦୁଇଦିନ ଯାଏ ଘନ କୁହୁଡି ଦୃଶ୍ୟମାନର ଚେତାବନୀ ଦିଆଯାଇଛି । ଆସନ୍ତା ୨୪ ଘଂଟାରେ କୋରାପୁଟ ଓ କନ୍ଧମାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କାଲି ପରଠାରୁ ୩ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଯଦିଓ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ । କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

କନକବ୍ୟୁରୋ : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏ ଲାଗି ରହିବ ଶୀତ ଲହରୀ । ଏନେଇ କୋଲଡ ୱେଭ ଚେତାବନୀ ଜାରି ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୀତ ଲହରି ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡକୁ କୋଲଡ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆହୁରି ଦୁଇଦିନ ଯାଏ ଘନ କୁହୁଡି ଦୃଶ୍ୟମାନର ଚେତାବନୀ ଦିଆଯାଇଛି ।
ଆସନ୍ତା ୨୪ ଘଂଟାରେ କୋରାପୁଟ ଓ କନ୍ଧମାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
କାଲି ପରଠାରୁ ୩ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଯଦିଓ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ । କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।