Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି। ହେଲେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ। ଏନେଇ କିମ୍ସ କ୍ୟାନ୍‌ସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏହି ସୂଚନା ଦେଇଛନ୍ତି। ଡାକ୍ତର କହିଛନ୍ତି, ୩ ଦିନ ଧରି ଉତ୍ତମ ମହାନ୍ତି କିମ୍ସରେ ଆଡମିଶନ ହୋଇଛନ୍ତି। […] The post Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ appeared first on Dharitri Odia News.

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି। ହେଲେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ। ଏନେଇ କିମ୍ସ କ୍ୟାନ୍‌ସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏହି ସୂଚନା ଦେଇଛନ୍ତି।

ଡାକ୍ତର କହିଛନ୍ତି, ୩ ଦିନ ଧରି ଉତ୍ତମ ମହାନ୍ତି କିମ୍ସରେ ଆଡମିଶନ ହୋଇଛନ୍ତି। ସେ ଲିଭ୍‌ର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଗତକାଲିଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଅଧିକ ଚିକିତ୍ସା ଲାଗି ପରିବାରଲୋକେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ନେବାକୁ ଚାହୁଁଛନ୍ତି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଏବେ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବାର ଠିକ୍‌ ସମୟ। ଯଥାଶୀଘ୍ର ଏୟାରଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ତାଙ୍କୁ ନେବା ଲାଗି ଚେଷ୍ଟା କରାଯାଉଛି। ଏଥିଯୋଗୁ ବୁକିଂ ମଧ୍ୟ ସରିଛି।

କହିରଖୁଛୁ, ଉତ୍ତମ ହେଉଛନ୍ତି ଓଡ଼ିଆ ସିନେଜଗତର ଜଣେ ଚର୍ଚ୍ଚିତ ନାମ। ୧୯୭୭ରେ ‘ଅଭିମାନ’ ଜରିଆରେ ବଡ଼ ପରଦାରେ ପାଦ ରଖିଥିଲେ ସେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ସେ ତାଙ୍କ କ୍ୟାରିୟରରେ ୧୩୫ ଓଡ଼ିଆ, ୩୦ ବଙ୍ଗଳା, ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ପତ୍ନୀ ଅପରାଜିତା ଏବଂ ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଜଣେ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି।

The post Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ appeared first on Dharitri Odia News.