୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର ତପସ୍ୟା ସମ୍ପୂର୍ଣ୍ଣ ହେବ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ଦଳର ନେତାମାନେ ସମ୍ମୁଖୀନ ହୋଇଥିବା ଆହ୍ବାନର ମଧ୍ୟ ମୋଦି ସମ୍ମୁଖୀନ ହେବା ଉଚିତ୍‌। ଏପରିକି ପବନ ଖେରା ଏପରି ମଧ୍ୟ କହିଛନ୍ତି, […] The post ୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା appeared first on Dharitri Odia News.

୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର ତପସ୍ୟା ସମ୍ପୂର୍ଣ୍ଣ ହେବ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ଦଳର ନେତାମାନେ ସମ୍ମୁଖୀନ ହୋଇଥିବା ଆହ୍ବାନର ମଧ୍ୟ ମୋଦି ସମ୍ମୁଖୀନ ହେବା ଉଚିତ୍‌। ଏପରିକି ପବନ ଖେରା ଏପରି ମଧ୍ୟ କହିଛନ୍ତି, ମୋଦି ସରକାର ୨୦୨୯ ପର୍ଯ୍ୟନ୍ତ ଚାଲିବପାରିବ ନାହିଁ ଏବଂ ଏହା ପୂର୍ବରୁ ସରକାର ପତନ ହୋଇଯିବ ଏବଂ କଂଗ୍ରେସ ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।

ଏକ ସାକ୍ଷାତକାରରେ ପୱନ ଖେରା ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସରକାର, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସାହସିକ ବୟାନ ଦେଇଛନ୍ତି। ପୱନ ଖେରା କହିଛନ୍ତି, ମୋତେ ଆଉ ରାଜ୍ୟ ସଭା ପାଇଁ କାମ କରିବାର ଆବଶ୍ୟକତା ନାହିଁ। ଏବେ ମୋର ଏକ ସ୍ବପ୍ନ ଅଛି। ନରେନ୍ଦ୍ର ମୋଦି ବିରୋଧୀ ଦଳରେ ବସିବା ଦରକାର। ତାଙ୍କୁ ପରାସ୍ତ ନ କରି ମୋର ତପସ୍ୟା ସମ୍ପୂର୍ଣ୍ଣ ହେବ ବୋଲି ମୁଁ ଭାବୁନାହିଁ। ଯଦି ସେ ଅବସର ନେବେ ତେବେ କ’ଣ ଲାଭ? ସେ ବିରୋଧୀ ଦଳରେ ବସି ଗତ ୧୦ ବର୍ଷ ମଧ୍ୟରେ ଆମେ ଏବଂ ଆମ ନେତାମାନେ ସମ୍ମୁଖୀନ ହୋଇଥିବା ସବୁ କିଛି ଅନୁଭବ କରିବା ଉଚିତ୍‌।
ପୱନ ଖେରା ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ମଧ୍ୟରେ ଏକ ଗୋଷ୍ଠୀକନ୍ଦଳ ଅଛି, ଯେଉଁଥିରେ କଂଗ୍ରେସର କୌଣସି ହାତ ନାହିଁ। ୨୦୨୯ ପୂର୍ବରୁ ଦଳରେ ଫାଟ ସୃଷ୍ଟି ହେବ ଏବଂ ସରକାର ଭାଙ୍ଗିଯିବ। ଏଥିପାଇଁ ଆମକୁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମଧ୍ୟବର୍ତ୍ତୀ ନିର୍ବାଚନ ହେବ ଏବଂ ଆମେ ଏଥିପାଇଁ ପ୍ରସ୍ତୁତି କରୁଛୁ।

 

The post ୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା appeared first on Dharitri Odia News.