ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ
କୋଣାର୍କ,୧୨।୧୦: ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଲା ବେଳେ ୩ଜଣ ଯୁବକ ଭାସିଯାଇ ଥିଲେ। ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷେ ଲାଇଫ ଗାର୍ଡ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ନେଇ ଚେଷ୍ଟା ଚଳାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଯୁବକ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ, ୩ […] The post ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ appeared first on Dharitri Odia News.
କୋଣାର୍କ,୧୨।୧୦: ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଲା ବେଳେ ୩ଜଣ ଯୁବକ ଭାସିଯାଇ ଥିଲେ। ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷେ ଲାଇଫ ଗାର୍ଡ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ନେଇ ଚେଷ୍ଟା ଚଳାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଯୁବକ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, ୩ ଯୁବକ ସାଙ୍ଗ ହୋଇ ଚନ୍ଦ୍ରଭାଗା ଭୁଲିବାକୁ ଆସିଥିଲେ। ପରେ ସେମାନେ ସମୁଦ୍ର ଭିତରକୁ ଗାଧୋଇବାକୁ ପଶିଥିଲେ। ଗାଧୋଇବା ବେଳେ କରେଣ୍ଟରେ ପଡି ଭାସି ଯାଇଥିଲେ।
The post ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ appeared first on Dharitri Odia News.