ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ଆରମ୍ଭ ହେବ। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି। ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ୍‌ କରିଥିବା ବେଳେ ଉଚ୍ଛେଦ ନେଇ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି। ଉଚ୍ଛେଦ ପୂର୍ବରୁ ରାଜସ୍ବ ଏବଂ ପୌର ବିଭାଗ ପକ୍ଷରୁ ଚିହ୍ନିତ ଜବରଦଖଲ ଅଂଶ ଖାଲି […] The post ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ appeared first on Dharitri Odia News.

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ଆରମ୍ଭ ହେବ। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି। ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ୍‌ କରିଥିବା ବେଳେ ଉଚ୍ଛେଦ ନେଇ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି।

ଉଚ୍ଛେଦ ପୂର୍ବରୁ ରାଜସ୍ବ ଏବଂ ପୌର ବିଭାଗ ପକ୍ଷରୁ ଚିହ୍ନିତ ଜବରଦଖଲ ଅଂଶ ଖାଲି କରିବା ପାଇଁ ଡାକବାଜି ଯନ୍ତ୍ରରେ ସୂଚାଇ ଦିଆଯାଇଛି। ଯଦି ସମ୍ପୃକ୍ତ ସ୍ଥାନରେ ରହିଥିବା କୌଣସି ମୂଲ୍ୟବାନ ଜିନିଷ ଉଚ୍ଛେଦ ସମୟରେ କ୍ଷତିଗ୍ରସ୍ତ ହୁଏ, ତେବେ ପୌର ପ୍ରଶାସନ ଦାୟୀ ରହିବ ନାହିଁ। ଫଳରେ ଉଚ୍ଛେଦ ପୂର୍ବରୁ ସେଭଳି ସାମଗ୍ରୀ ସେଠାରୁ ନେଇ ଯିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି।

 

The post ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ appeared first on Dharitri Odia News.