ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ

ଖଲ୍ଲିକୋଟ,୫ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ନିର୍ମଳଝରଠାରେ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନଠାରୁ ବହୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ବାହାରି ନିର୍ମଳଝରଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିଠାରେ ପହଞ୍ଚିଥିଲେ। ସେଠାରେ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସହ ସମସ୍ତ କର୍ମୀ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା […] The post ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ appeared first on Dharitri Odia News.

ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ

ଖଲ୍ଲିକୋଟ,୫ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ନିର୍ମଳଝରଠାରେ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନଠାରୁ ବହୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ବାହାରି ନିର୍ମଳଝରଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିଠାରେ ପହଞ୍ଚିଥିଲେ। ସେଠାରେ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସହ ସମସ୍ତ କର୍ମୀ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା କିଶୋର ପଲେଇ, ରାମ ମୋହନ ପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ଦୟାନିଧି ସାହୁ, କେଶପୁର ସରପଞ୍ଚ ବିଚିତ୍ର ଜାଲି, ଯୁବନେତା ଅଶୋକ କୁମାର ମହାଙ୍କୁଡ଼, ଜିଲା ପରିଷଦ ସଭ୍ୟ ବିନାୟକ ଜାଲି, ଚନ୍ଦନା ସେଠୀ,ବିଜେଡି ନାରୀନେତ୍ରୀ ମିତାଞ୍ଜଳୀ ମିଶ୍ରଙ୍କ ସହ ବହୁସଂଖ୍ୟାରେ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

The post ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ appeared first on Dharitri Odia News.