ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୨୦ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯଦିଓ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ, ତେବେ ଦଳୀୟ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ କାର୍ଯ୍ୟସୂଚୀ ଅନୁଯାୟୀ ଏ ସମ୍ପର୍କରେ ଜଣା ପଡ଼ିଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କେନ୍ଦୁଝର ସହର ମଣ୍ଡୁଆ […] The post ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେନ୍ଦୁଝର, ୨୦ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯଦିଓ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ, ତେବେ ଦଳୀୟ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ କାର୍ଯ୍ୟସୂଚୀ ଅନୁଯାୟୀ ଏ ସମ୍ପର୍କରେ ଜଣା ପଡ଼ିଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କେନ୍ଦୁଝର ସହର ମଣ୍ଡୁଆ ସ୍ଥିତ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଘଟଗାଁ, କେନ୍ଦୁଝର, ତାଙ୍କ ଗ୍ରାମ ରାଇକଳା ଓ ଝୁମ୍ପୁରା ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ମୋହନ ଚରଣ ମାଝି ୨୩ ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଘଟଗାଁରେ ଆସି ପହଞ୍ଚିବେ। ଏହାପରେ ମା’ ତାରିଣୀଙ୍କ ଦର୍ଶନ ସାରି ରୋଡ ଶୋ’ କରିବେ। ସେଠାରୁ ପୁଣି ସେହି ହେଲକପ୍ଟରରେ କେନ୍ଦୁଝର ଆସି ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବେ। ପୁଣି ସେଠାରୁ କାର ଯୋଗେ ପୁରୁଣା ସହର ଯାଇ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେବେ । ଏହା ପରେ ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିବେ। ପରେ ଷ୍ଟାଡିୟମ ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ସେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ହେଲିକପ୍ଟରରେ ଯିବାର କାର୍ଯ୍ୟକ୍ରମ ରହିଛି । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଭାଜପା ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେହିପରି ନିଜ ମାଟିରେ ଜିଲାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଓ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବାକୁ ଲୋକେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
The post ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.