ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ
ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ ୬ ଜଣ ଗୁରୁତର ଘଟଣା ପରେ ତତ୍ପର ହୋଇପଡ଼ିଛି ସ୍ଥାନୀୟ ପ୍ରଶାସନ। ଅବହେଳିତ ମାଣ୍ଡିପଙ୍କାକୁ ଫୋକସ୍ କରିଛି ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ। ଲୋକଙ୍କ ଯାହା ସମସ୍ୟା ରହିଛି ତା’ର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଏବେ ମାଣ୍ଡିପଙ୍କାର ଦଡ଼ାସାହିର ସମେତ ଅନ୍ୟ ସାହିକୁ ପେଭରବ୍ଲକ ରାସ୍ତା […] The post ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ ୬ ଜଣ ଗୁରୁତର ଘଟଣା ପରେ ତତ୍ପର ହୋଇପଡ଼ିଛି ସ୍ଥାନୀୟ ପ୍ରଶାସନ। ଅବହେଳିତ ମାଣ୍ଡିପଙ୍କାକୁ ଫୋକସ୍ କରିଛି ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ। ଲୋକଙ୍କ ଯାହା ସମସ୍ୟା ରହିଛି ତା’ର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଏବେ ମାଣ୍ଡିପଙ୍କାର ଦଡ଼ାସାହିର ସମେତ ଅନ୍ୟ ସାହିକୁ ପେଭରବ୍ଲକ ରାସ୍ତା ସମ୍ପ୍ରସାରଣ କରାଯାଉଛି। ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ କରାଯାଉଥିବା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସାହିକୁ କଂକ୍ରିଟ ରାସ୍ତା ନର୍ମାଣ କରାଯିବାକୁ ଗାଁ ଲୋକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ଲୋକଙ୍କ ଦାବି ଅନୁସାରେ ସୋଲାର ପମ୍ପ ଦ୍ୱାରା ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ପରେ ଲୋକଙ୍କ ସାହିକୁ ରାସ୍ତା ନିର୍ମାଣ, ମୋବାଇଲ ଟାଓ୍ବାର ସ୍ଥାପନ ସହ ଏକାଧିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଯାଇଛି। ମାଣ୍ଡିପଙ୍କା ଗ୍ରାମରେ ଘଟଣା ଘଟିବା ପରେ ୪ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ, ବିଡିଓ ପ୍ରୀତିରଞ୍ଜନ ରଥ ଓ ଅନ୍ୟ ଅଧିକାରୀ ମିଶି ମାଣ୍ଡିପଙ୍କା ଗ୍ରାମକୁ ଗସ୍ତ କରିଥିଲେ। ସେହିଦିନଠାରୁ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଥିବା ଜଣାପଡ଼ିଛି।
The post ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ appeared first on Dharitri Odia News.