ଜିନପିଙ୍ଗଙ୍କ ଟେନସନ ବଢ଼ାଇଲା ଜନସଂଖ୍ୟା ହ୍ରାସ, ୩ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ

ବେଜିଂ ୧୧/୦୩: ଚୀନ୍ କମ୍ୟୁନିଷ୍ଟ ପାର୍ଟି ୧୯୮୦ ଦଶକରୁ ଲାଗୁ କରିଥିବା ନିଜର ଏକ ଶିଶୁ ନୀତିକୁ ସଂପୂର୍ଣ୍ଣ ଲୋପ କରିବାକୁ ନିଷ୍ପତ୍ତି ନେବା ସହ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଅନେକ ଦଶନ୍ଧି ଧରି ଚୀନ୍‌ର ନାଗରିକମାନେ ଗୋଟିଏ ସନ୍ତାନ ଜନ୍ମ କରିବାକୁ ବାଧ୍ୟ ହେଉଥିଲେ । ଗୋଟିଏ ସନ୍ତାନ ପାଇଁ କଡ଼ା ନିୟମ ପ୍ରଣୟନ କରାଯାଇଥିଲା । ଏବେ ଏହି ଆଇନର ବିଲୋପ ସହ ଚୀନ୍‌ ଓଲଟା ଆଭିମୁଖ୍ୟ ଗ୍ରହଣ କରିଛି । ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଚୀନ୍‌, ବିନା ବିବାହରେ ବି ସନ୍ତାନ ଜନ୍ମ ପାଇଁ ଅନୁମତିଚୀନ୍ ଗୋଟିଏ ଶିଶୁ ନୀତିରୁ ଦୁଇଟି ଶିଶୁ ନୀତିକୁ କିଛିଦିନ ତଳେ ପ୍ରାଧାନ୍ୟ ଦେଇଥିବା ବେଳେ ଏବେ ତିନି ଶିଶୁ ନୀତିକୁ ଅଗ୍ରାଧିକାର ଦେଇ ଆଗକୁ ବଢ଼ୁଛି। ଅର୍ଥାତ୍ ଏବେ ଲୋକଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ କୁହାଯାଉଛି। ୨୦୨୩ରେ ଲଗାତାର ଦ୍ୱିତୀୟ ଥର ପାଇଁ ଚୀନ୍‌ର ଜନସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଚୀନର ଜାତୀୟ ଜନ୍ମ ହାର ହ୍ରାସ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଚୀନ୍‌ରେ ୨୦୨୩ରେ ୯ ନିୟୁତ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୨ରେ ୯୫ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ୨୦୨୨ରେ ଚୀନରେ ଜନ୍ମ ହାର ୬.୬୭% ଥିବା ବେଳେ ୨୦୨୩ରେ ଏହା ୫.୭% କୁ ଖସି ଆସିଛି। ଅର୍ଥାତ୍ ଚୀନରେ ୨୦୨୨ ମସିହାରେ ପ୍ରତି ହଜାରରେ ୬.୬୭ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୩ରେ ଏହା ୬.୩୯କୁ ହ୍ରାସ ପାଇଛି। ସୂଚନାଯୋ

ଜିନପିଙ୍ଗଙ୍କ ଟେନସନ ବଢ଼ାଇଲା ଜନସଂଖ୍ୟା ହ୍ରାସ, ୩ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ

ବେଜିଂ ୧୧/୦୩: ଚୀନ୍ କମ୍ୟୁନିଷ୍ଟ ପାର୍ଟି ୧୯୮୦ ଦଶକରୁ ଲାଗୁ କରିଥିବା ନିଜର ଏକ ଶିଶୁ ନୀତିକୁ ସଂପୂର୍ଣ୍ଣ ଲୋପ କରିବାକୁ ନିଷ୍ପତ୍ତି ନେବା ସହ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଅନେକ ଦଶନ୍ଧି ଧରି ଚୀନ୍‌ର ନାଗରିକମାନେ ଗୋଟିଏ ସନ୍ତାନ ଜନ୍ମ କରିବାକୁ ବାଧ୍ୟ ହେଉଥିଲେ । ଗୋଟିଏ ସନ୍ତାନ ପାଇଁ କଡ଼ା ନିୟମ ପ୍ରଣୟନ କରାଯାଇଥିଲା । ଏବେ ଏହି ଆଇନର ବିଲୋପ ସହ ଚୀନ୍‌ ଓଲଟା ଆଭିମୁଖ୍ୟ ଗ୍ରହଣ କରିଛି । 

ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଚୀନ୍‌, ବିନା ବିବାହରେ ବି ସନ୍ତାନ ଜନ୍ମ ପାଇଁ ଅନୁମତି

ଚୀନ୍ ଗୋଟିଏ ଶିଶୁ ନୀତିରୁ ଦୁଇଟି ଶିଶୁ ନୀତିକୁ କିଛିଦିନ ତଳେ ପ୍ରାଧାନ୍ୟ ଦେଇଥିବା ବେଳେ ଏବେ ତିନି ଶିଶୁ ନୀତିକୁ ଅଗ୍ରାଧିକାର ଦେଇ ଆଗକୁ ବଢ଼ୁଛି। ଅର୍ଥାତ୍ ଏବେ ଲୋକଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ କୁହାଯାଉଛି। ୨୦୨୩ରେ ଲଗାତାର ଦ୍ୱିତୀୟ ଥର ପାଇଁ ଚୀନ୍‌ର ଜନସଂଖ୍ୟା ହ୍ରାସ ପାଇଛି। 


ଗତବର୍ଷ ଚୀନର ଜାତୀୟ ଜନ୍ମ ହାର ହ୍ରାସ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଚୀନ୍‌ରେ ୨୦୨୩ରେ ୯ ନିୟୁତ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୨ରେ ୯୫ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ। ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ୨୦୨୨ରେ ଚୀନରେ ଜନ୍ମ ହାର ୬.୬୭% ଥିବା ବେଳେ ୨୦୨୩ରେ ଏହା ୫.୭% କୁ ଖସି ଆସିଛି। 


ଅର୍ଥାତ୍ ଚୀନରେ ୨୦୨୨ ମସିହାରେ ପ୍ରତି ହଜାରରେ ୬.୬୭ ଶିଶୁ ଜନ୍ମ ହୋଇଥିବା ବେଳେ ୨୦୨୩ରେ ଏହା ୬.୩୯କୁ ହ୍ରାସ ପାଇଛି। ସୂଚନାଯୋଗ୍ୟ, ଚୀନ୍‌ରେ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନରେ ୧୯୭୮ମସିହାରେ ସରକାର ଏକ ସଂକଳ୍ପ ପାରିତ କରିଥିଲେ। ଏହା ଅଧୀନରେ ଲୋକଙ୍କୁ ଗୋଟିଏ ସନ୍ତାନ ଜନ୍ମରେ ସୀମିତ ରହିବାକୁ କୁହାଯାଇଥିଲା। 


୧୯୭୯ମସିହାରେ ଏକ ସନ୍ତାନ ନୀତି ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଥିଲା। ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିଲା। ୧୯୮୨ ମସିହାରେ ଚୀନ୍ ଏହି ନୀତିକୁ ନିଜ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିଥିଲା। ଜନ୍ମ ନିୟନ୍ତ୍ରଣକୁ ପ୍ରତ୍ୟେକ ଚୀନ୍ ନାଗରିକଙ୍କ ଦାୟିତ୍ୱ ବୋଲି ଦର୍ଶାଯାଇଥିଲା। ଏବେ ପରିସ୍ଥିତି ବଦଳିବା ସହ ଚୀନ୍‌ ୩ ସନ୍ତାନ ନୀତିକୁ ଓହ୍ଲାଇଛି। ଆଗକୁ ଏ ନେଇ ମଧ୍ୟ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।