ପାଟଣାରେ ଗୋଠ ଛଡା ଦନ୍ତାର ଉତ୍ପାତରେ ଭୟଭୀତ ଲୋକେ: ଘର ଭାଙ୍ଗିବା ସହ ଖାଇଲା ଧାନ ଚାଉଳ, ଚୁପ୍ ବନବିଭାଗ
ପାଟଣା ୨୯/୫: ଆତଙ୍କ ଖେଳାଇଛି ଗୋଠ ଛଡା ଦନ୍ତା । ଘର ଭାଙ୍ଗୁଛି,ଧାନ ଚାଉଳ ଖାଇ ନଷ୍ଟ କରୁଛି । ଦନ୍ତା କବଳରୁ ବଞ୍ଚିଯାଇଛି ଜୀବନ । ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ପୁରୁଣିଆ ଗାଁରେ ପଶିଛି ଗୋଠ ଛଡା ଦନ୍ତା ହାତୀ । ୩ଦିନ ହେବ ଗାଁରେ ଉତ୍ପାତ ଚଳାଇଛି । ୬ରୁ ଅଧିକ ଘର ଭାଙ୍ଗିବା ସହ ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ଗାଁର ଅନାମ ମୁଣ୍ଡାଙ୍କ ପରିବାର ଶୋଇଥିବାବେଳେ ଘରର କାନ୍ଥ ଭାଙ୍ଗି ହାତୀ ପଶିଥିଲା । ଧାନ ଚାଉଳ ନଷ୍ଟ କରିଥିବାବେଳେ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନାମଙ୍କ ପରିବାର ଲୋକ। ହାତୀଟି ଗୋଠ ଛଡା ହୋଇଥିବାରୁ ଅଧିକ ହିଂସ୍ର ଆଚରଣ କରୁଛି । ହାତୀ ଭୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ବନ ବିଭାଗ ହାତୀ ଘଉଡାଇବା ପାଇଁ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଯଥାଶୀଘ୍ର ଦନ୍ତାକୁ ଗାଁରୁ ତଡିପାର ପାଇଁ ଦାବି ହୋଇଛି ।You Can Read:ଘର ଉପରକୁ ମାଡିଗଲା ହାଇୱା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ
ପାଟଣା ୨୯/୫: ଆତଙ୍କ ଖେଳାଇଛି ଗୋଠ ଛଡା ଦନ୍ତା । ଘର ଭାଙ୍ଗୁଛି,ଧାନ ଚାଉଳ ଖାଇ ନଷ୍ଟ କରୁଛି । ଦନ୍ତା କବଳରୁ ବଞ୍ଚିଯାଇଛି ଜୀବନ । ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ପୁରୁଣିଆ ଗାଁରେ ପଶିଛି ଗୋଠ ଛଡା ଦନ୍ତା ହାତୀ । ୩ଦିନ ହେବ ଗାଁରେ ଉତ୍ପାତ ଚଳାଇଛି । ୬ରୁ ଅଧିକ ଘର ଭାଙ୍ଗିବା ସହ ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି ।
ଗାଁର ଅନାମ ମୁଣ୍ଡାଙ୍କ ପରିବାର ଶୋଇଥିବାବେଳେ ଘରର କାନ୍ଥ ଭାଙ୍ଗି ହାତୀ ପଶିଥିଲା । ଧାନ ଚାଉଳ ନଷ୍ଟ କରିଥିବାବେଳେ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନାମଙ୍କ ପରିବାର ଲୋକ। ହାତୀଟି ଗୋଠ ଛଡା ହୋଇଥିବାରୁ ଅଧିକ ହିଂସ୍ର ଆଚରଣ କରୁଛି । ହାତୀ ଭୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ବନ ବିଭାଗ ହାତୀ ଘଉଡାଇବା ପାଇଁ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଯଥାଶୀଘ୍ର ଦନ୍ତାକୁ ଗାଁରୁ ତଡିପାର ପାଇଁ ଦାବି ହୋଇଛି ।
You Can Read: