ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ…

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ଜୟପୁର ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ବିଜାଘାଟିରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ଛି ଯାତ୍ରୀବାହୀ ବସ୍‌। ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ପ୍ରାୟ ୩୦ରୁ ଊଦ୍ଧର୍‌ବ ଯାତ୍ରୀ ଗାଡ଼ିରେ ଫସିରହିଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ରେ ୫୦ ଜଣ ଯାତ୍ରୀ […] The post ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ… appeared first on Dharitri Odia News.

ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ…

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ଜୟପୁର ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ବିଜାଘାଟିରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ଛି ଯାତ୍ରୀବାହୀ ବସ୍‌। ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ପ୍ରାୟ ୩୦ରୁ ଊଦ୍ଧର୍‌ବ ଯାତ୍ରୀ ଗାଡ଼ିରେ ଫସିରହିଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ରେ ୫୦ ଜଣ ଯାତ୍ରୀ ଓ କର୍ମଚାରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଥାନାଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି।

The post ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ… appeared first on Dharitri Odia News.