ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳର ଏସ୍‌କେ ବୋନି ଅମିନ। ତାଙ୍କଠାରୁ ଅପରାଧରେ ବ୍ୟବହୃତ ବୁଲେଟକୁ ଜବତ କରାଯାଇଛି। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ପୀଡିତା ଯୁବତୀ ଓ ଅଭିଯୁକ୍ତ ବୋନିଙ୍କ ମଧ୍ୟରେ ଗତ ଚାରିବର୍ଷ […] The post ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ appeared first on Dharitri Odia News.

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳର ଏସ୍‌କେ ବୋନି ଅମିନ। ତାଙ୍କଠାରୁ ଅପରାଧରେ ବ୍ୟବହୃତ ବୁଲେଟକୁ ଜବତ କରାଯାଇଛି। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, ପୀଡିତା ଯୁବତୀ ଓ ଅଭିଯୁକ୍ତ ବୋନିଙ୍କ ମଧ୍ୟରେ ଗତ ଚାରିବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ବୋନିଙ୍କୁ ବିବାହ କରିବା ଲାଗି ପୀଡିତା ତାଙ୍କ ଘରେ ଜଣାଇ ଥିଲେ ମଧ୍ୟ ଘର ଲୋକେ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ପୀଡିତା ଜଣକ ଏନେଇ ପ୍ରେମିକ ବୋନିଙ୍କୁ ଜଣାଇବା ସହ ସମ୍ପର୍କ ନ ରଖିବା ଲାଗି କହିଥିଲେ। ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ଗତ ୧୪ ତାରିଖ ରାତିରେ ପୀଡିତା ଶ୍ରିୟା ଛକରେ ଥିବା ଏକ ଜଳଖିଆ ଦୋକାନରୁ ଘରକୁ ଫେରୁଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ବିବାହ ଲାଗି ଘରେ ମନାଇବା ଲାଗି ତାଙ୍କ ଉପରେ ଚାପ ପକାଇବା ସହିତ ତାଙ୍କୁ ମାଡ ମାରିଥିଲେ। ପୀଡିତା ଏହାର ବିରୋଧ କରିବାରୁ ଅଭିଯୁକ୍ତ ବୋନି ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।

The post ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ appeared first on Dharitri Odia News.