ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୦।୭: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଅଲରାଉଣ୍ଡର କ୍ରିକେଟର ମହମ୍ମଦ ସିରାଜଙ୍କୁ ପୁରସ୍କୃତ କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍‌ ବିଜୟ ପରେ ମହମ୍ମଦ ସିରାଜ ନିଜ ସହର ହାଇଦ୍ରାବାଦକୁ ଫେରଥିଲେ। ଏହା ପରେ ସିରାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିରାଜଙ୍କୁ ସମ୍ମାନିତ କରି ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ […] The post ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି appeared first on Dharitri Odia News.

ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୦।୭: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଅଲରାଉଣ୍ଡର କ୍ରିକେଟର ମହମ୍ମଦ ସିରାଜଙ୍କୁ ପୁରସ୍କୃତ କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍‌ ବିଜୟ ପରେ ମହମ୍ମଦ ସିରାଜ ନିଜ ସହର ହାଇଦ୍ରାବାଦକୁ ଫେରଥିଲେ। ଏହା ପରେ ସିରାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ସିରାଜଙ୍କୁ ସମ୍ମାନିତ କରି ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହମ୍ମଦ ସିରାଜ ଆମ ଦେଶ ପାଇଁ ଗର୍ବ ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଗୌରବ। ଏଥିସହ ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି।

The post ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି appeared first on Dharitri Odia News.