ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ
ଦିଗପହଣ୍ଡି, ୨୦|୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପଦ୍ମନାଭପୁର ଗ୍ରାମରେ ଥିବା ଏକ ପୋଖରୀରୁ ରବିବାର ଅପରାହ୍ନରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପଦ୍ମନାଭପୁର ମେଳା ମଣ୍ଡପ ସାହିର ବାସିନ୍ଦା ଲକ୍ଷ୍ମଣ ସାହୁ। ସୂଚନା ଅନୁଯାୟୀ, ଲକ୍ଷ୍ମଣ ଶୌଚ ପାଇଁ ପୋଖରୀ ନିକଟକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ପୋଖରୀର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଦୀର୍ଘ ସମୟ ତାଙ୍କର ସନ୍ଧାନ ନ ମିଳିବାରୁ […] The post ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ appeared first on Dharitri Odia News.
ଦିଗପହଣ୍ଡି, ୨୦|୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପଦ୍ମନାଭପୁର ଗ୍ରାମରେ ଥିବା ଏକ ପୋଖରୀରୁ ରବିବାର ଅପରାହ୍ନରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପଦ୍ମନାଭପୁର ମେଳା ମଣ୍ଡପ ସାହିର ବାସିନ୍ଦା ଲକ୍ଷ୍ମଣ ସାହୁ।
ସୂଚନା ଅନୁଯାୟୀ, ଲକ୍ଷ୍ମଣ ଶୌଚ ପାଇଁ ପୋଖରୀ ନିକଟକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ପୋଖରୀର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଦୀର୍ଘ ସମୟ ତାଙ୍କର ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପୋଖରୀରେ ଦୀର୍ଘ ସମୟ ଖୋଜାଖୋଜି କରି ଲକ୍ଷ୍ମଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ।
ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। ପୋଲିସ ଏହି ମାମଲାରେ ଅଧିକ ଅନୁସନ୍ଧାନ ଜାରି ରଖିଛି।
The post ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ appeared first on Dharitri Odia News.