IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ ‘ଡୋର ଟୁ ଡୋର’ ବୁଲି ସର୍ଭେ କରିବେ। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଇନକମ ଟାକ୍ସ ପାଇଁ ଯଦି ରାଶନ କଟିଥାଏ, ତେବେ ବ୍ୟସ୍ତ ହେବା […] The post IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା appeared first on Dharitri Odia News.

IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ ‘ଡୋର ଟୁ ଡୋର’ ବୁଲି ସର୍ଭେ କରିବେ। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଇନକମ ଟାକ୍ସ ପାଇଁ ଯଦି ରାଶନ କଟିଥାଏ, ତେବେ ବ୍ୟସ୍ତ ହେବା ଆଦୌ ନାହିଁ। ଏନେଇ ବିଭାଗକୁ ଜଣାନ୍ତୁ। ତଦନ୍ତ କରି ପୁଣି ସେମାନଙ୍କୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ। ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ରାଶନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାଶନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଳି ସରକାର ଘୋଷଣା କରିଥିଲେ। ରାଜ୍ୟରେ ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ଜଣାପଡିଛି। ଚାକିରି କରିଥିବା ବା ଆୟକର ଦେଉଥିବା ୧୨ ହଜାରରୁ ଅଧିକ ଅଯୋଗ୍ୟ ରାଶନ କାର୍ଡ ଫେରାଇ ସାରିଲେଣି।

The post IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା appeared first on Dharitri Odia News.