ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି […] The post ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି appeared first on Dharitri Odia News.

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଛି।

The post ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି appeared first on Dharitri Odia News.