କୋଚିଂ ସେଣ୍ଟର ଦେଇପାରିବେନି ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି, କେନ୍ଦ୍ର ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୦।୧: ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ପିଲା ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ଦେଶରେ ଏହି ବ୍ୟବସାୟରେ ସଂସ୍ଥାଗୁଡିକ କୋଟି କୋଟି ଟଙ୍କା ଆୟ କେରିଥାନ୍ତି। କିନ୍ତୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଳରେ ମିଛ ପ୍ରତିଶ୍ରୁତି ଦେଇ ନିଜ ପକେଟ ଗରମ କରିଥାନ୍ତି ଏହି କୋଚିଂ ସେଣ୍ଟର। ତେବେ ଏହାକୁ ରୋକିବା ପାଇଁ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ […] The post କୋଚିଂ ସେଣ୍ଟର ଦେଇପାରିବେନି ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି, କେନ୍ଦ୍ର ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧: ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ପିଲା ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ଦେଶରେ ଏହି ବ୍ୟବସାୟରେ ସଂସ୍ଥାଗୁଡିକ କୋଟି କୋଟି ଟଙ୍କା ଆୟ କେରିଥାନ୍ତି। କିନ୍ତୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଳରେ ମିଛ ପ୍ରତିଶ୍ରୁତି ଦେଇ ନିଜ ପକେଟ ଗରମ କରିଥାନ୍ତି ଏହି କୋଚିଂ ସେଣ୍ଟର। ତେବେ ଏହାକୁ ରୋକିବା ପାଇଁ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (CCPA) ଆଇଏଏସ କୋଚିଂ ସଂସ୍ଥାଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସମ୍ବନ୍ଧରେ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି। ନିକଟରେ ଦେଶର ୩୧ଟି କୋଚିଂ ସଂସ୍ଥାକୁ ନୋଟିସ ପଠାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାର ଯେଉଁ ନୋଟିସ ପଠାଇଥିଲେ ସେହି କୋଚିଂ ସଂସ୍ଥାଗୁଡ଼ିକରେ ‘ଅନଏକାଡେମି’,‘ବାଇଜୁ ଆଇଏଏସ’, ‘ବାଜିରାଓ ଆଣ୍ଡ ରେଡ୍ଡୀ’ ତଥା ଡକ୍ଟର ବିକାଶ କୁମାର ଦିବ୍ୟକିର୍ତ୍ତୀଙ୍କ ‘ଦୃଷ୍ଟି ଆଇଏଏସ’ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
CCPA ଗାଇଡଲାଇନ ଅନୁଯାୟୀ, IAS କୋଚିଂ ସେଣ୍ଟରଗୁଡିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଦେବା ନେଇ ମିଛ ପ୍ରତିଶ୍ରୁତି କି ଭୁଲ ବିଜ୍ଞାପନ ଦେଇ ପାରିବେ ନାହିଁ। କେବଳ ଏତିକି ନୁହେଁ, କୋଚିଂ ସେଣ୍ଟରଗୁଡିକ ସେମାନଙ୍କ ସଂସ୍ଥାର ମନୋନୀତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସମ୍ବନ୍ଧରେ ମିଥ୍ୟା ତଥ୍ୟ ଦେବାରୁ ଦୂରେଇ ରହିବେ।
CCPA ଗାଇଡଲାଇନରେ, ଆଇସିଏସ କୋଚିଂ ପାଇଁ ବିଜ୍ଞାପନ ଦେବା ପୂର୍ବରୁ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ଏକ ତାଲିକା ମଧ୍ୟ ଜାରି କରିଛି। ବର୍ତ୍ତମାନଠାରୁ, ଯଦି କୋଚିଂ ସେଣ୍ଟରଗୁଡ଼ିକ ସେମାନଙ୍କ ଭଲ ର଼୍ୟାଙ୍କ ରଖିଥିବା ଛାତ୍ରୀଛାତ୍ରଙ୍କ ବିଜ୍ଞାପନ ଦିଅନ୍ତି ତେବେ ସେମାନଙ୍କ ନାମ, ଫଟୋ, ତାଙ୍କ ର଼୍ୟାଙ୍କ ଓ ତାଙ୍କ ଦ୍ୱାରା ମନୋନୀତ ପାଠ୍ୟକ୍ରମ ବିଷୟରେ ସୂଚନା, ପାଠ୍ୟକ୍ରମର ଅବଧି ଦେବାକୁ ପଡିବ। ଏହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ କି, କୋଚିଂ ପାଠ୍ୟକ୍ରମ ପାଇଁ ସେ ଟଙ୍କା ଦେଇଛନ୍ତି ନା ଏହା ଏକ ମାଗଣା ପାଠ୍ୟକ୍ରମ।
The post କୋଚିଂ ସେଣ୍ଟର ଦେଇପାରିବେନି ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି, କେନ୍ଦ୍ର ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.