IND vs AUS: ଟ୍ରେଭିସ ହେଡ୍ଙ୍କ ଆଉଟ୍ ପରେ ପଡ଼ିଆରେ ଭାଙ୍ଗଡ଼ା ନାଚିଲେ ବିରାଟ, Video ଭାଇରାଲ୍
ଦୁବାଇ: ବରୁଣ ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ରେ ନିଜର ପ୍ରଥମ ବଲ୍ରେ ଟ୍ରେଭିସ ହେଡଙ୍କୁ ଆଉଟ୍ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଛନ୍ତି। ଏହି ଓ୍ଵିକେଟ୍ କେବଳ ଭାରତୀୟ ଦଳକୁ ନୁହେଁ ବରଂ କ୍ରିକେଟ୍ ପ୍ରେମୀଙ୍କୁ ମଧ୍ୟ ଖୁସି କରି ଦେଇଛି, କାରଣ ଟ୍ରେଭିସ ହେଡ୍ଙ୍କୁ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ। ଆଉ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।ମହମ୍ମଦ ଶାମି ନିଜ ଓଭରର ପ୍ରଥମ ବଲ୍ରେ ଟ୍ରେଭିସ ହେଡଙ୍କ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ। ଏହା ପରେ ହେଡ୍ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ। ଅଧିନାୟକ ରୋହିତ ଶର୍ମା ୯ମ ଓଭର ବରୁଣ ଚକ୍ରବର୍ତ୍ତୀଙ୍କ ହାତରେ ଦେଇଥିଲେ। ପ୍ରଥମ ବଲ୍ରେ ସ୍ମିଥ ଏକ ରନ ନେବା ପରେ ଦ୍ଵିତୀୟ ବଲ୍ରେ ହେଡ୍ ଆଗକୁ ବଢି ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ। ବଲ୍ ବହୁତ ଉଚ୍ଚକୁ ଉଠିଥିଲା ଏବଂ ଶୁଭମନ ଗିଲ୍ ହେଡ୍ଙ୍କ ସହଜ କ୍ୟାଚ୍ ଧରିଥିଲେ। ଏହି ଓ୍ଵିକେଟ୍ ପରେ ବିରାଟ କୋହଲି ପଡ଼ିଆରେ ଭାଙ୍ଗଡ଼ା ଡ୍ୟାନ୍ସ କରିବାକୁ ଲାଗିଥିଲେ।1st wicket dance to banta hai Virat Kohli #INDv
ଦୁବାଇ: ବରୁଣ ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ରେ ନିଜର ପ୍ରଥମ ବଲ୍ରେ ଟ୍ରେଭିସ ହେଡଙ୍କୁ ଆଉଟ୍ କରି ଭାରତକୁ ବହୁତ ବଡ଼ ସଫଳତା ଦେଇଛନ୍ତି। ଏହି ଓ୍ଵିକେଟ୍ କେବଳ ଭାରତୀୟ ଦଳକୁ ନୁହେଁ ବରଂ କ୍ରିକେଟ୍ ପ୍ରେମୀଙ୍କୁ ମଧ୍ୟ ଖୁସି କରି ଦେଇଛି, କାରଣ ଟ୍ରେଭିସ ହେଡ୍ଙ୍କୁ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ। ଆଉ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।
ମହମ୍ମଦ ଶାମି ନିଜ ଓଭରର ପ୍ରଥମ ବଲ୍ରେ ଟ୍ରେଭିସ ହେଡଙ୍କ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ। ଏହା ପରେ ହେଡ୍ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ। ଅଧିନାୟକ ରୋହିତ ଶର୍ମା ୯ମ ଓଭର ବରୁଣ ଚକ୍ରବର୍ତ୍ତୀଙ୍କ ହାତରେ ଦେଇଥିଲେ। ପ୍ରଥମ ବଲ୍ରେ ସ୍ମିଥ ଏକ ରନ ନେବା ପରେ ଦ୍ଵିତୀୟ ବଲ୍ରେ ହେଡ୍ ଆଗକୁ ବଢି ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ। ବଲ୍ ବହୁତ ଉଚ୍ଚକୁ ଉଠିଥିଲା ଏବଂ ଶୁଭମନ ଗିଲ୍ ହେଡ୍ଙ୍କ ସହଜ କ୍ୟାଚ୍ ଧରିଥିଲେ। ଏହି ଓ୍ଵିକେଟ୍ ପରେ ବିରାଟ କୋହଲି ପଡ଼ିଆରେ ଭାଙ୍ଗଡ଼ା ଡ୍ୟାନ୍ସ କରିବାକୁ ଲାଗିଥିଲେ।
1st wicket dance to banta hai Virat Kohli #INDvsAUS #ChampionsTrophy pic.twitter.com/6gzQzeLHyw— Mushir (@CryptoMushir) March 4, 2025
ଭାରତ ବନାମ ଅଷ୍ଟ୍ରେଲିଆ ସେମି ଫାଇନାଲ୍ ପୂର୍ବରୁ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଟ୍ରେଭିସ ହେଡ୍ ନିଜର ସହାୟକ କୋଚ୍ ଡାନିଏଲ ଭିଟୋରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବରୁଣଙ୍କୁ କେମିତି ଖେଳାଯିବ ଭିଟୋରୀଙ୍କ ପରାମର୍ଶ ଲୋଡୁଥିଲେ। ହେଲେ ମ୍ୟାଚ୍ରେ କିଛି ଏହାର ପ୍ରଭାବ ପଡ଼ି ନ ଥିଲା। ହେଡ୍ ବଡ଼ ସଟ୍ ଖେଳିବା ପ୍ରୟାସରେ ବରୁଣଙ୍କ ବଲ୍ରେ ଆଉଟ୍ ହୋଇଥିଲେ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ବ୍ୟାଟର କପୁର କୋନୋଲି ଶୂନ୍ୟରେ ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ପ୍ରଥମ ବଲ୍ରେ ଜୀବନ ଦାନ ମିଳିବା ପରେ ଟ୍ରେଭିସ ହେଡ୍ ୩୩ ବଲରୁ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏତିରେ ୫ଚୌକା ଓ ୨ ଛକା ସାମିଲ।