ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ମେଲ୍ ସହ କଲ୍, ବୋମାମାଡ ଭୟରେ ଖାଲି କଲେ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ ୦୧/୦୫: ଦିଲ୍ଲୀ ଓ ନୋଏଡ଼ାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ସହ କଲ୍ । ପିଲାଙ୍କୁ ଘରକୁ ଫେରାଇଦେଲେ ସ୍କୁଲ କର୍ତ୍ତୃପକ୍ଷ । ବୁଧବାର ଦିଲ୍ଲୀ ଏବଂ ନୋଏଡାର ୫୦ ରୁ ଅଧିକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଛି। ଏହି ମେଲରେ କୁହାଯାଇଛି ଯେ ଏହି ବିଦ୍ୟାଳୟରେ ବୋମା ଖଞ୍ଜାଯାଇଛି । ବୋମାମାଡରେ ସ୍କୁଲ ସବୁ ଉଡାଇଦେବୁ । ବିଦ୍ୟାଳୟଗୁଡ଼ିକ ଗ୍ରହଣ କରିଥିବା ଇ-ମେଲ ବିଷୟରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିବା ବିଦ୍ୟାଳୟଗୁଡ଼ିକରେ କୌଣସି ସୂଚନା ମିଳିନାହିଁ । Some schools have received bomb threats today morning. Students have been evacuated and those premises are being searched by Delhi Police. So far nothing has been found in any of the schools.We are in constant touch with the Police and the schools. Would request parents and…— Atishi (@AtishiAAP) May 1, 2024ବିଦ୍ୟାଳୟରେ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ସୋସିଆଲ ମିଡିଆ ସାଇଟ X ରେ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଦିଲ୍ଲୀର ଅନେକ ବିଦ୍ୟାଳୟରେ ବୋମା ଧମକ ମାମଲା ସାମ୍ନାକୁ ଆସିଛି । ଏ
ନୂଆଦିଲ୍ଲୀ ୦୧/୦୫: ଦିଲ୍ଲୀ ଓ ନୋଏଡ଼ାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ସହ କଲ୍ । ପିଲାଙ୍କୁ ଘରକୁ ଫେରାଇଦେଲେ ସ୍କୁଲ କର୍ତ୍ତୃପକ୍ଷ । ବୁଧବାର ଦିଲ୍ଲୀ ଏବଂ ନୋଏଡାର ୫୦ ରୁ ଅଧିକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଛି।
ଏହି ମେଲରେ କୁହାଯାଇଛି ଯେ ଏହି ବିଦ୍ୟାଳୟରେ ବୋମା ଖଞ୍ଜାଯାଇଛି । ବୋମାମାଡରେ ସ୍କୁଲ ସବୁ ଉଡାଇଦେବୁ । ବିଦ୍ୟାଳୟଗୁଡ଼ିକ ଗ୍ରହଣ କରିଥିବା ଇ-ମେଲ ବିଷୟରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିବା ବିଦ୍ୟାଳୟଗୁଡ଼ିକରେ କୌଣସି ସୂଚନା ମିଳିନାହିଁ ।
Some schools have received bomb threats today morning. Students have been evacuated and those premises are being searched by Delhi Police. So far nothing has been found in any of the schools.
We are in constant touch with the Police and the schools. Would request parents and…— Atishi (@AtishiAAP) May 1, 2024
ବିଦ୍ୟାଳୟରେ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ସୋସିଆଲ ମିଡିଆ ସାଇଟ X ରେ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଦିଲ୍ଲୀର ଅନେକ ବିଦ୍ୟାଳୟରେ ବୋମା ଧମକ ମାମଲା ସାମ୍ନାକୁ ଆସିଛି । ଏହି ବିଦ୍ୟାଳୟଗୁଡ଼ିକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଛି ।
ପୋଲିସ ବର୍ତ୍ତମାନ ସ୍କୁଲ ଭିତରେ ତଦନ୍ତ କରୁଛି । ତେବେ ବୋମା ଭୟ ଥିବାରୁ ଆମେ ପିଲାଙ୍କୁ ଫେରାଇ ଦେଇଛୁ । ଏମିତିକି ଅଭିଭାବକଙ୍କୁ ସେହି ଖବର ଦେଇଛୁ । ଭୟଭୀତ ନହେବାକୁ ଅନୁରୋଧ କରୁଛୁ ।