ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା

ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍‌ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍‌କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର କଳି ଏବେ ବଢିବାରେ ଲାଗିଛି। ରରିବାର ପୁଣି ଥରେ କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥନରେ ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ନବୀନ ନିବାସରେ ଫେରାଦ ହେଇଛନ୍ତି। […] The post ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା appeared first on Dharitri Odia News.

ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା

ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍‌ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍‌କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର କଳି ଏବେ ବଢିବାରେ ଲାଗିଛି। ରରିବାର ପୁଣି ଥରେ କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥନରେ ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ନବୀନ ନିବାସରେ ଫେରାଦ ହେଇଛନ୍ତି। ଟିକେଟ ନ ମିଳେ ସମୂହ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡିରେ ଦୁଇ ଜଣ ପ୍ରମୁଖ ଦାବିଦାର ହେଉଛନ୍ତି ବର୍ତ୍ତମାନର ବିଧାୟକ ଅନନ୍ତ ଜେନା ଏବଂ କର୍ପୋରେଟର ଅମରେଶ ଜେନା।

The post ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା appeared first on Dharitri Odia News.