ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା
ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଆଜକୁ ୩ ଦଶନ୍ଧି ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି। ଘୁମୁସର ରାଜବଂଶର ଏହା ଏକ ସ୍ମୃତି। ଯାତ୍ରା ଦେଖିବାକୁ ହଜାର ହଜାର ଲୋକ କୁଲାଡ ବଡ଼ଦାଣ୍ଡରେ ଗତକାଲି ଏକାଠି ହୋଇଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଉତ୍ସବ ପାଳିତ […] The post ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା appeared first on Dharitri Odia News.
ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଆଜକୁ ୩ ଦଶନ୍ଧି ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି। ଘୁମୁସର ରାଜବଂଶର ଏହା ଏକ ସ୍ମୃତି। ଯାତ୍ରା ଦେଖିବାକୁ ହଜାର ହଜାର ଲୋକ କୁଲାଡ ବଡ଼ଦାଣ୍ଡରେ ଗତକାଲି ଏକାଠି ହୋଇଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ଭାରପ୍ରାପ୍ତ ତହସିଲଦାର ଅଭିନାଶ କୁମାର ମାହାର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୃତୟନ ହୋଇଥିଲା। ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେରେ ସହଯୋଗ କରିଥିଲେ।
ସୂଚନା ଯୋଗ୍ୟ ଯେ ୧୭୫୪ ରେ ଘୁମୁସର ଭଞ୍ଜ ରାଜବଂଶ ର ରାଜା କୃଷ୍ଣ ଭଞ୍ଜ ହୋଇଥିଲେ । ସେ ୧୭୭୩ ମସିହା ପର୍ଯ୍ୟନ୍ତ ରାଜା ହୋଇଥିଲେ । ଏହି ସମୟରେ ରାଜାଙ୍କ ଜଣେ ବିଶ୍ଵସ୍ତ ଚାକରଙ୍କ ମୃତ୍ୟୁ ହୋଇଥିଲା। ଫଳରେ କୃଷ୍ଣ ଭଞ୍ଜଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା। ଫଳରେ ରାଜ ପୁରୋହିତଙ୍କ ପରାମର୍ଶ କ୍ରମେ କୃଷ୍ଣ ଭଞ୍ଜ ୧୭୬୦ ମସିହାରେ ଦେଶର ବିଭିନ୍ନ ଧାମ ପୂଜା କରିବାକୁ ବାହାରିଥିଲେ। ଏହି ସମୟରେ ସେ ପାପରୁ ମୁକ୍ତି ପାଇଁ ଦାନ ଧର୍ମ ମଧ୍ୟ କରିଥିଲେ। କୃଷ୍ଣ ଭଞ୍ଜ କାଶୀ ତିର୍ରେ ପହଞ୍ଚି ନଦୀକୁ ସ୍ନାନ କରିବାକୁ ଯାଉଥିଲେ। ଏହି ସମୟରେ ତ୍ରିକାଳଦର୍ଶୀ ବକୁଳ ଭୂଷଣ ଆଚରୀ ନଦୀ କୂଳରେ କୃଷ୍ଣ ଭଞ୍ଜଙ୍କୁ ଦେଖି କହିଲେ ତୁମେ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହୋଇଛ। ଏହି ଘାଟରେ ସ୍ନାନ କଲେ ଘାଟ ଅପବିତ୍ର ହେବ। ତେଣୁ ତୁମେ ଏଠି ସ୍ନାନ କଲେ ମଧ୍ୟ ବ୍ରହ୍ମ ହତ୍ୟା ଦୋଷ ଯିବ ନାହିଁ। ରାଜା ଚକିତ ହୋଇଗଲେ। ବ୍ରହ୍ମ ଦୋଷ ହତ୍ୟା ମୋତେ ଲାଗିଛି ବୋଲି ଉକ୍ତ ବ୍ୟକ୍ତି କିଭଳି ଜାଣିଲେ ବୋଲି ରାଜା ମନେ ମନେ ଭାବିଲେ। ଏହାପରେ ରାଜା ଭାବିଲେ ୟେ ଜଣେ ନିଶ୍ଚିତ ତ୍ରିକାଳଦର୍ଶି ହୋଇଥିବେ। ଏହାପରେ ରାଜା ବକୁଳ ଭୂଷଣ ଆଚାରୀଙ୍କୁ ପଚାରିଥିଲେ କଣ କଲେ ବ୍ରହ୍ମ ହତ୍ୟା ଦୋଷରୁ ମୁକ୍ତି ମିଳିବ। ଏହାପରେ ବକୁଳ ଭୂଷଣ କହିଥିଲେ ତୁମେ ବିଷ୍ଣୁମନ୍ଦିର ପ୍ରତିଷ୍ଠା କଲେ ଏହି ପାପରୁ ମୁକ୍ତି ପାଇବ। ତେଣୁ ବକୁଳ ଭୂଷଣ ଙ୍କୁ ୧୭୬୦ ମସିହାରେ କୁଲାଡ ନିମନ୍ତ୍ରଣ କରି ଆଣିଥିଲେ। ଫଳରେ କୃଷ୍ଟ ଭଞ୍ଜ ତାଙ୍କ ଶାସନ ସମୟରେ ଅନେକ ମନ୍ଦିର ଘୁମୁସରରେ ପ୍ରତିଷ୍ଠା କରିଥିଲେ । ସେଥିମଧ୍ୟରୁ କୁଲାଡ ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର ଅନ୍ୟତମ। ସେ ସମୟରୁ ହିଁ କୁଲାଡରେ ଦୋଳ ଯାତ୍ରା ପାଳିତ ହୋଇ ଆସୁଥିବା ବରିଷ୍ଠ ଭଞ୍ଜ ଗବେଷକ ଡଃ ପ୍ରଦୀପ କୁମାର ପଟ୍ଟନାୟକ ଏଠାରେ ସୂଚନା ଦେଇଛନ୍ତି। ବକୁଳ ଭୂଷଣ ଆଚରୀଙ୍କୁ ମାଡ୍ରାସ ରୁ ନିମନ୍ତ୍ରଣ କରି ଅଣାଯାଇଥିଲା। ଏହାପରେ ନାରାୟଣପାଟଣାରେ ପ୍ରଭୁ ଶ୍ରୀ ନାରାୟଣଙ୍କ ମନ୍ଦିର ଏବଂ କୁଲାଡରେ ଜଗନ୍ନାଥ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ପାଳିତ ହୋଇ ଆସୁଛି। ଏହା ଦଶମୀ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୋଇ ଆସୁଛି। ଦୋଳ ପୁର୍ଣିମା ଦିନ ଭଞ୍ଜ ରାଜା ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଚାରି ଠାକୁର ଶ୍ରୀ ନାରାୟଣ ସ୍ବାମୀ,ଶ୍ରୀ ଜଗନ୍ନାଥ ସ୍ବାମୀ,ଶ୍ରୀ ଗୋପୀନାଥ ସ୍ବାମୀ ଓ ଶ୍ରୀ ରଘୁନାଥ ସ୍ବାମୀଙ୍କ ମିଳନ କୁଲାଡ ବଡଦାଣ୍ଡରେ ଠାରେ ବହୁ ଆଡମ୍ବର ର ସହ ହୋଇଥିଲା। ରାଜଗୁରୁ ଶ୍ରୀ ତେଜନଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁରଙ୍କ ହରିହର ଭେଟ କରାଇଥିଲେ। ପରେ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନେ ମିଶି ହୋଲି ପକାଇ ଦୋଳ ମେଳଣ ପର୍ବ ପାଳନ କରିଥିଲେ। ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନରେ ପରିବେଶ କମ୍ପି ଉଠିଥିଲା। ଦୋଳଯାତ୍ରା ହେଉଛି ଘୁମୁସରର ଏକ ବଡପର୍ବ।
The post ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା appeared first on Dharitri Odia News.