ଏହି ଦିନ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ

ଭୁବନେଶ୍ୱର,୧।୧୧: ଆସନ୍ତା ୬ ତାରିଖରେ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ଭାଜପା ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବେ। ଏ ନେଇ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର କହିଛନ୍ତି, ନବୀନଙ୍କୁ ହାରିବାକୁ କଣ୍ଟାବାଂଜି ପଠାଯାଇଥିଲା।୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ […] The post ଏହି ଦିନ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ appeared first on Dharitri Odia News.

ଏହି ଦିନ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ

ଭୁବନେଶ୍ୱର,୧।୧୧: ଆସନ୍ତା ୬ ତାରିଖରେ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ଭାଜପା ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବେ। ଏ ନେଇ ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି।

ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର କହିଛନ୍ତି, ନବୀନଙ୍କୁ ହାରିବାକୁ କଣ୍ଟାବାଂଜି ପଠାଯାଇଥିଲା।୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା।କିନ୍ତୁ ଚକ୍ରାନ୍ତ କରି ନବୀନଙ୍କୁ କଣ୍ଟାବାଂଜିରୁ ପ୍ରାର୍ଥୀ କରାଯାଇଥିଲା। ନବୀନ ହାରନ୍ତୁ ଓ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏହା ଥିଲା ଚକ୍ରାନ୍ତ ବୋଲି ସୁନନ୍ଦାଙ୍କ ସ୍ବାମୀ କହିଛନ୍ତି।

ଅକ୍ଟୋବର ୨୯ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ସୁନନ୍ଦା। ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବିଜେଡି ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଛି। ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି।

The post ଏହି ଦିନ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ appeared first on Dharitri Odia News.