ପୋଲିସ୍ ଭୂମିକାରେ ଭୂମି ପେଡ୍‌ନେକର, ‘ଦଲ୍‌ଦଲ୍‌’ରେ କରିବେ ଧମାଲ

ମୁମ୍ଵାଇ ୦୨।୦୬: ସିରିଜ୍‌ ‘ଦଲ୍‌ଦଲ୍‌’ର ସୁଟିଂ ଆରମ୍ଭ କରିଛନ୍ତି ଭୂମି  ପେଡ୍‌ନେକର । ଏଥିରେ ସେ ଜଣେ ପୁଲିସ ଭୂମିକାରେ  ଅଭିନୟ କରିଛନ୍ତି । ଗତ ଶନିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ   ସେ ଏହା ଘୋଷଣା କରିଛନ୍ତି । ସୁଟିଂ ସେଟ୍‌ରେ ପ୍ରଥମ  ଦିନର ଫଟୋ ଶେୟାର କରି ଲେଖିଛନ୍ତି ‘ଅତୀତ ବେଶି ଦିନ ପର୍ଯ୍ୟନ୍ତ ଦବି ରହିପାରେ ନାହିଁ ।  ‘ଦଲ୍‌ଦଲ୍‌’ରେ ରିତା(ଭୂମି)ର ଯାତ୍ରା ଆଜିଠୁ  ଆରମ୍ଭ ହେଉଛି ।’ ଏହି ପ୍ରୋଜେକ୍ଟର ନିର୍ଦ୍ଦେଶନା  ଦେଉଛନ୍ତି ଅମୃତ ରାଜ ଗୁପ୍ତା । ସିରିଜ୍‌ରେ ନିଜ ଭୂମିକା ବିଷୟରେ ଭୂମି କହିଛନ୍ତି  ‘ମୁଁ ସ୍ୱାଭାବିକ ଭାବେ ଆହ୍ୱାନ ପ୍ରତି ଆକୃଷ୍ଟ ହୁଏ ।  ଏହା ମୋ ଭିତରେ ଅଛି । ଅଭିନୟ କ୍ୟାରିଅର  ଆରମ୍ଭ ପରଠୁ ମୁଁ ସର୍ବଦା ଚ୍ୟାଲେଞ୍ଜିଂ ରୋଲ୍‌  କରିଆସୁଛି । ବର୍ତ୍ତମାନ କାହାଣୀର ଯୁଗ । ତେଣୁ ଏହି  ସୁଯୋଗ ସହିତ କଳାକାରଙ୍କ ପ୍ରତିଭା ବାସ୍ତବରେ  ପ୍ରସ୍ଫୁଟିତ ହୋଇପାରିବ । ମୋ ଅଭିନୟର ଏକ ସମ୍ପୂର୍ଣ୍ଣ  ନୂଆ ଦିଗ ପ୍ରଦର୍ଶନ କରିବା ପାଇଁ ‘ଦଲ୍‌ଦଲ୍‌’ ମୋ ପାଇଁ  ଉପଯୁକ୍ତ ପ୍ରୋଜେକ୍ଟ । ଏହା ମୋତେ ଏକ ନୂଆ ମାର୍ଗରେ  ଠିଆ କରିଛି । ନିଜ ସୀମାରୁ ବାହାରିବାକୁ ମୁଁ ମଧ୍ୟ  ଭଲପାଏ ।‘ଦଲ୍‌ଦଲ୍‌’ରେ ମୁମ୍ବାଇର ଡିସିପି  ଭାବେ ନିଯୁକ୍ତ ହୋଇ ଏକ ଋଢ଼ିବାଦୀ  ପ୍ରାଚୀରକୁ ଭାଙ୍ଗିଥିବା ଜଣେ ମହିଳା ଭୂମିକା  ନିର୍ବାହ କରିଥିବାରୁ ମୁଁ ଖୁବ୍‌ ଆନନ୍ଦିତ ।  ପୁରୁଷପ୍ରାଧାନ୍ୟ ଦୁନିଆରେ ସେ ଜଣେ  ସୁପର୍‌ ଆ

ପୋଲିସ୍ ଭୂମିକାରେ ଭୂମି ପେଡ୍‌ନେକର, ‘ଦଲ୍‌ଦଲ୍‌’ରେ କରିବେ ଧମାଲ

ମୁମ୍ଵାଇ ୦୨।୦୬: ସିରିଜ୍‌ ‘ଦଲ୍‌ଦଲ୍‌’ର ସୁଟିଂ ଆରମ୍ଭ କରିଛନ୍ତି ଭୂମି  ପେଡ୍‌ନେକର । ଏଥିରେ ସେ ଜଣେ ପୁଲିସ ଭୂମିକାରେ  ଅଭିନୟ କରିଛନ୍ତି । ଗତ ଶନିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ   ସେ ଏହା ଘୋଷଣା କରିଛନ୍ତି । ସୁଟିଂ ସେଟ୍‌ରେ ପ୍ରଥମ  ଦିନର ଫଟୋ ଶେୟାର କରି ଲେଖିଛନ୍ତି ‘ଅତୀତ ବେଶି ଦିନ ପର୍ଯ୍ୟନ୍ତ ଦବି ରହିପାରେ ନାହିଁ ।  ‘ଦଲ୍‌ଦଲ୍‌’ରେ ରିତା(ଭୂମି)ର ଯାତ୍ରା ଆଜିଠୁ  ଆରମ୍ଭ ହେଉଛି ।’ ଏହି ପ୍ରୋଜେକ୍ଟର ନିର୍ଦ୍ଦେଶନା  ଦେଉଛନ୍ତି ଅମୃତ ରାଜ ଗୁପ୍ତା । 

ସିରିଜ୍‌ରେ ନିଜ ଭୂମିକା ବିଷୟରେ ଭୂମି କହିଛନ୍ତି  ‘ମୁଁ ସ୍ୱାଭାବିକ ଭାବେ ଆହ୍ୱାନ ପ୍ରତି ଆକୃଷ୍ଟ ହୁଏ ।  ଏହା ମୋ ଭିତରେ ଅଛି । ଅଭିନୟ କ୍ୟାରିଅର  ଆରମ୍ଭ ପରଠୁ ମୁଁ ସର୍ବଦା ଚ୍ୟାଲେଞ୍ଜିଂ ରୋଲ୍‌  କରିଆସୁଛି । ବର୍ତ୍ତମାନ କାହାଣୀର ଯୁଗ । ତେଣୁ ଏହି  ସୁଯୋଗ ସହିତ କଳାକାରଙ୍କ ପ୍ରତିଭା ବାସ୍ତବରେ  ପ୍ରସ୍ଫୁଟିତ ହୋଇପାରିବ । ମୋ ଅଭିନୟର ଏକ ସମ୍ପୂର୍ଣ୍ଣ  ନୂଆ ଦିଗ ପ୍ରଦର୍ଶନ କରିବା ପାଇଁ ‘ଦଲ୍‌ଦଲ୍‌’ ମୋ ପାଇଁ  ଉପଯୁକ୍ତ ପ୍ରୋଜେକ୍ଟ । ଏହା ମୋତେ ଏକ ନୂଆ ମାର୍ଗରେ  ଠିଆ କରିଛି । ନିଜ ସୀମାରୁ ବାହାରିବାକୁ ମୁଁ ମଧ୍ୟ  ଭଲପାଏ ।

‘ଦଲ୍‌ଦଲ୍‌’ରେ ମୁମ୍ବାଇର ଡିସିପି  ଭାବେ ନିଯୁକ୍ତ ହୋଇ ଏକ ଋଢ଼ିବାଦୀ  ପ୍ରାଚୀରକୁ ଭାଙ୍ଗିଥିବା ଜଣେ ମହିଳା ଭୂମିକା  ନିର୍ବାହ କରିଥିବାରୁ ମୁଁ ଖୁବ୍‌ ଆନନ୍ଦିତ ।  ପୁରୁଷପ୍ରାଧାନ୍ୟ ଦୁନିଆରେ ସେ ଜଣେ  ସୁପର୍‌ ଆଚିଭର୍‌ । ଯେଉଁ ଭୂମିକା  ଓ କାହାଣୀ ପ୍ରଦର୍ଶନର ସୁଯୋଗ  ମୋତେ ମିଳିଛି ତାକୁ ନେଇ ମୁଁ  ଖୁବ୍‌ ଉତ୍ସାହିତ । ‘ଦଲ୍‌ଦଲ୍‌’  ସିରିଜ୍‌ରେ ଡିସିପି ରିତା  ଫେରିରା ଭୂମିକା ନିର୍ବାହ  କରୁଥିବା ଭୂମି ପରଦାରେ  କିଛି ହତ୍ୟା ମାମଲାର  ଯାଞ୍ଚ୍‌ କରିବା ସହିତ  ନିଜ ଅତୀତ ଓ   ବର୍ତ୍ତମାନ ସହ  ଲଢ଼େଇ କରିବେ ।