ଲୋକସଭାରେ ୱାକଫ ଆଇନ ସଂଶୋଧନ ବିଲ୍ ଆଗତ, କଂଗ୍ରେସ କହିଲା ସମ୍ବିଧାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ ୦୮/୦୮: ଆଜି ସଂସଦରେ ଆସିବ ୱାକଫ ବିଲ୍ । ୱାକଫ ଆକ୍ଟ ୧୯୯୫ରେ ସଂଶୋଧନ କରିବା ପାଇଁ ୱାକଫ (ସଂଶୋଧନ) ବିଲ୍ ୨୦୨୪ ଲୋକସଭାରେ ଆଗତ ହୋଇଛି । ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ବିଲ୍ ଆଗତ କରିଛନ୍ତି । କଂଗ୍ରେସ ଏବଂ ଏସପି ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସମ୍ବିଧାନ ବିରୋଧରେ ବୋଲି କହିଛନ୍ତି । ଏହା ଆମ ଧର୍ମରେ ହସ୍ତକ୍ଷେପ ବୋଲି ଏସପି ସାଂସଦ ମୋହିବୁଲ୍ଲା କହିଛନ୍ତି । ସେପଟେ ଚର୍ଚ୍ଚା ବେଳେ ୱାକଫ ବିଲକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ । ସେ କହିଛନ୍ତି ଯେ ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଧାର୍ମିକ ସ୍ୱାଧୀନତାର ଅଧିକାରର ଉଲ୍ଲଂଘନ । #WATCH | Waqf (Amendment) Bill, 2024 moved in Lok SabhaCongress MP KC Venugopal says, "...We are Hindus but at the same time, we respect the faith of other religions. This bill is specialized for the Maharashtra, Haryana elections. You do not understand that last time the… pic.twitter.com/cTrybNbRWo— ANI (@ANI) August 8, 2024ଏହି ବିଲ୍ ମୌଳିକ ଅଧିକାର ଉପରେ ଆକ୍ରମଣ । ସେ ପ୍ରଶ୍ନ କରିଛନ୍ତି ଯେ ଅଯୋଧ୍ୟା ମନ୍ଦିରରେ କୌଣସି ଅଣ-ହିନ୍ଦୁ ଅଛନ୍ତି କି କୌଣସି ଅଣ-ହିନ୍ଦୁଙ୍କୁ କୌଣସି ମନ୍ଦିରର କମିଟିରେ ରଖାଯାଇଛି କି? ଭେନୁଗ

ଲୋକସଭାରେ ୱାକଫ ଆଇନ ସଂଶୋଧନ ବିଲ୍ ଆଗତ, କଂଗ୍ରେସ କହିଲା ସମ୍ବିଧାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ ୦୮/୦୮: ଆଜି ସଂସଦରେ ଆସିବ ୱାକଫ ବିଲ୍ । ୱାକଫ ଆକ୍ଟ ୧୯୯୫ରେ ସଂଶୋଧନ କରିବା ପାଇଁ ୱାକଫ (ସଂଶୋଧନ) ବିଲ୍ ୨୦୨୪ ଲୋକସଭାରେ ଆଗତ ହୋଇଛି । ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ବିଲ୍ ଆଗତ କରିଛନ୍ତି । 

କଂଗ୍ରେସ ଏବଂ ଏସପି ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସମ୍ବିଧାନ ବିରୋଧରେ ବୋଲି କହିଛନ୍ତି । ଏହା ଆମ ଧର୍ମରେ ହସ୍ତକ୍ଷେପ ବୋଲି ଏସପି ସାଂସଦ ମୋହିବୁଲ୍ଲା କହିଛନ୍ତି । ସେପଟେ ଚର୍ଚ୍ଚା ବେଳେ ୱାକଫ ବିଲକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ । ସେ କହିଛନ୍ତି ଯେ ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଧାର୍ମିକ ସ୍ୱାଧୀନତାର ଅଧିକାରର ଉଲ୍ଲଂଘନ । 

ଏହି ବିଲ୍ ମୌଳିକ ଅଧିକାର ଉପରେ ଆକ୍ରମଣ । ସେ ପ୍ରଶ୍ନ କରିଛନ୍ତି ଯେ ଅଯୋଧ୍ୟା ମନ୍ଦିରରେ କୌଣସି ଅଣ-ହିନ୍ଦୁ ଅଛନ୍ତି କି କୌଣସି ଅଣ-ହିନ୍ଦୁଙ୍କୁ କୌଣସି ମନ୍ଦିରର କମିଟିରେ ରଖାଯାଇଛି କି? ଭେନୁଗୋପାଲ କହିଛନ୍ତି ଯେ ୱାକଫ ମଧ୍ୟ ଏକ ଧାର୍ମିକ ଅନୁଷ୍ଠାନ । ସମାଜକୁ ବିଭାଜନ କରିବା ପାଇଁ ଏହା ଏକ ପ୍ରୟାସ ।